ରାଜ୍ୟରେ ଆଜି ଆଉ ୧୪୯୪ ପଜିଟିଭ୍‌ ଚିହ୍ନଟ, ଗଲା ୧୫ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୪୯୪ ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୮୬୭ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୬୨୭ । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୧୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୧୨, ବାଲେଶ୍ୱରରୁ ୧୦୨,ସୁନ୍ଦରଗଡରୁ ୯୬ ଓ ମୟୂରଭଞ୍ଜରୁ ୯୩ ନୂଆ କେସ୍‌ ରହିଛି ।

ସେହିପରି ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୨ଲକ୍ଷ ୯୮ହଜାର ୭୬୮କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍‌ ୧୩ ହଜାର ୭୮୯ ଥିବା ବେଳେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୮୩ହଜାର ୫୩୩ ଜଣ । ସେହିପରି ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁସଂଖ୍ୟା ୧୩୯୩କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.