Below header

ଦ୍ବିତୀୟ କ୍ବାଲିଫାୟର ମ୍ଯାଚରେ ଏଣ୍ଟ୍ରି ପାଇଁ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋର

ଆଜି ଆଇପିଏଲ୍ ପ୍ଲେ ଅଫ ମ୍ଯାଚରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ଯାଲେଞ୍ଜର୍ସ ବାଙ୍ଗାଲୋର। ଦୁହେଁ ଏହି ମ୍ଯାଚ ଜିତିବାକୁ ଆପ୍ରାଣ ଚେଷ୍ଟା କରିବେ। ଆଜିର ମ୍ଯାଚ ସନ୍ଧ୍ଯା ୭.୩୦ରେ ଆବୁଧାବିରେ ଖେଳାଯିବ। ଆଜିର ମ୍ଯାଚ ଯେଉଁ ଦଳ ଜିତିବ ସେ ରିବାର ଦିନ ଦିଲ୍ଲୀ କ୍ଯାପିଟାଲ୍ସ ସହିତ ଖେଳିବ। ତେଣୁ ଆଜିର ମ୍ଯାଚ ଜିତିବା ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ।

ଗତକାଲି କ୍ବାଲିଫାଏର ମ୍ଯାଚରେ ଦିଲ୍ଲୀ କ୍ଯାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ ବାଜି ମାରିନେଇଛି। ମୁମ୍ବାଇ ସିଧା ଫାଇନାଲରେ ପ୍ରବେଶ କରିଛି। ତେଣୁ ଆଜି ହାଇଦ୍ରାବାଦ ଏବଂ ବାଙ୍ଗାଲୋର ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଶୁଣିବାକୁ ମିଳିଛି। ଆଇପିଏଲରେ ଦୁହେଁ ୧୬ ଟି ମ୍ଯାଚ ଖେଳିଥିବା ବେଳେ ହାଇଦ୍ରାବାଦ ୯ଟି ମ୍ଯାଚ ଜିତିଛି।

ସମ୍ଭାବ୍ଯ ବାଙ୍ଗାଲୋର ଦଳ: ଆରୋନ ଫିଞ୍ଚ, ଦେବଦତ୍ତ ପାଡିକିଲ, ବିରାଟ କୋହଲି, ଏବିବି ଡେଭିଲିୟର୍ସ, ଶିବମ ଦୁବେ, ମୋଏନ ଅଲ୍ଲୀ, କ୍ରିଶ ମୋରିସ, ୱାଂଶିଟନ ସୁନ୍ଦର, ୟଜୁବେନ୍ଦ୍ର ଚହଲ, ମହମ୍ମଦ ସିରାଜ ଏବଂ ନବଦୀପ ସଇନି।

ହାଇଦ୍ରାବାଦଳ ଦଳ: ଡେଭିଡ ୱାନର, ଜନି ବେଆରଷ୍ଟ୍ର, ରିଦ୍ଧିମାନ ଶାହ, ମନୀଷ ପାଣ୍ଡେ, ବିରାଟ ସିଂ, ଜୋସନ ହୋଲଡର, ବିଜୟ ଶଙ୍କର, ରାସିଦ ଖାନ, ଟି ନଟରାଜନ, ସିଦ୍ଧାର୍ଥ କଲ୍, ଖାଲିଲ ଅହମ୍ମଦ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.