ଜିଓ ଲଞ୍ଚ କଲା ତିନିଟି ଅଲ ଇନ ୱାନ ପ୍ଲାନ, ମିଳିବ ୩୩୬ ଦିନର ବୈଧତା

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ଦୀପାବଳି ଉପହାର ଦେଇ ୩ଟି ନୂଆ ଅଲ୍ ଇନ୍ ଓ୍ବାନ୍ ପ୍ଲାନ୍ ଲଞ୍ଚ୍ କରିଛି। ଜିଓ ଏହି ସମସ୍ତ ପ୍ଲାନ୍ କେବଳ ଜିଓ ଫୋନ୍ ୟୁଜର୍ସଙ୍କ ପାଇଁ ଆରମ୍ଭ କରିଛି। ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ଜିଓ ପାଖରେ ପୂର୍ବରୁ ହିଁ ଅନେକ ଅଲ୍ ଇନ୍ ଓ୍ବାନ୍ ପ୍ଲାନ୍ ରହିଛି।
ଜିଓ ଏହାର ଜିଓ ଫୋନ୍ ଗ୍ରାହକଙ୍କ ପାଇଁ ୩ଟି ପ୍ଲାନ୍ ବଜାରରେ ଆରମ୍ଭ କରିଛି ଯାହାର ମୂଲ୍ୟ ୧,୦୦୧ ଟଙ୍କା, ୧୩୦୧ ଟଙ୍କା ଏବଂ ୧୫୦୧ଟଙ୍କା ରହିଛି। ଏସମସ୍ତ ପ୍ଲାନର ବୈଧତା ୩୩୬ଦିନ। ଯେଉଁମାନେ ସବୁ ମାସରେ ରିଚାର୍ଜ କରିବାକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ପାଇଁ ଏହି ପ୍ଲାନ୍ ରହିଛି।

ଜିଓ ଫୋନର ୧୦୦୧ ଟଙ୍କାର ପ୍ଲାନରେ ମୋଟ ୪୯ଜିବି ଡାଟା ମିଳିବ ଏବଂ ଆପଣ ପ୍ରତିଦିନ ୧୫୦ଏମବି ବ୍ୟବହାର କରି ପାରିବେ। ଏହି ପ୍ଲାନରେ ଜିଓରୁ ଅନ୍ୟ ନେଟଓ୍ବାର୍କରେ କଲିଂ ପାଇଁ ୧୨୦୦୦ମିନିଟ୍ ମିଳିବାବେଳେ ଜିଓରୁ ଜିଓ ନେଟଓ୍ବାର୍କରେ କଲିଂ ଫ୍ରି ରହିଛି। ଏହି ପ୍ଲାନରେ ପ୍ରତିଦିନ ୧୦୦ଟି ଏସଏମଏସ୍ ମଧ୍ୟ ମିଳିଥାଏ। ଏହି ପ୍ଲାନର ବୈଧତା ୩୩୬ଦିନ।

jio

ଜିଓ ଫୋନର ୧୩୦୧ ଟଙ୍କାର ପ୍ଲାନ୍ ପ୍ୟାକରେ ମୋଟ ୧୬୪ଜିବି ୪ଜି ଡାଟା ମିଳିଥାଏ। ଏହି ପ୍ଲାନର ବୈଧତା ୩୩୬ଦିନ ଏବଂ ଏଥିରେ ଆପଣ ପ୍ରତିଦିନ ୫୦୦ଏମବି ଡାଟା ବ୍ୟବହାର କରିପାରିବେ। ଏହି ପ୍ଲାନରେ ମଧ୍ୟ ପ୍ରତିଦିନ ୧୦୦ଟି ମ୍ୟାସେଜ ଏବଂ ଅନ୍ୟ ନେଟଓ୍ବାର୍କରେ କଲିଂ ପାଇଁ ୧୨୦୦୦ ମିନିଟ୍ ମିଳିବ।

୧୫୦୧ ଟଙ୍କା ପ୍ଲାନର ବୈଧତା ମଧ୍ୟ ୩୩୬ଦିନ। ଏଥିରେ ଆପଣଙ୍କୁ ପ୍ରତିଦିନ ୧.୫ଜିବି ଡାଟା ମିଳିଥାଏ ଅର୍ଥାତ୍ ମୋଟ ୫୦୪ଜିବି ଡାଟା ମିଳିବ। କଲିଂକୁ ନେଇ ସେହି ସୁବିଧା ମିଳିବ ଯାହା ପ୍ରଥମ ୨ଟି ପ୍ଲାନରେ ମିଳିଥାଏ ଅର୍ଥାତ୍ ଅନ୍ୟ ନେଟଓ୍ବାର୍କରେ କଲିଂ ପାଇଁ ୧୨୦୦୦ମିନିଟ୍ ଏବଂ ପ୍ରତିଦିନ ୧୦୦ଟି ମେସେଜ କରିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.