Below header

ଏଭଳି ଏକ ଗୁରୁଦ୍ୱାର ଯେଉଁଠାରେ ନାହିଁ ଲଙ୍ଗର୍‌ ର ସୁବିଧା ତଥାପି ଏଠାରେ ଭୋକିଲା ରୁହନ୍ତିନି ଲୋକେ, ଜାଣନ୍ତୁ ଏହା କେଉଁଠାରେ ଅଛି

ପ୍ରାୟତଃ ଆପଣମାନେ ଶୁଣିଥିବେ ଗୁରୁଦ୍ୱାରାରେ ଭୋଜନର ସୁବିଧା ରହିଥାଏ, ଯାହାକୁ ଲଙ୍ଗର୍‌ କୁହାଯାଏ। କିନ୍ତୁ ଏଭଳି ଏକ ଗୁରୁଦ୍ୱାର ରହିଛି, ଯେଉଁଠାରେ ଲଙ୍ଗର୍‌ ବ୍ୟବସ୍ଥା ନାହିଁ ସତ କିନ୍ତୁ ଏଠାରେ କୌଣସି ବ୍ୟକ୍ତି ଭୋକିଲା ରହିନଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ଖାସ୍‌ ଗୁରୁଦ୍ୱାର ବିଷୟରେ ରୋଚକ କାହାଣୀ।

ଆମେ ଆପଣଙ୍କୁ କହିବାକୁ ଯାଉଛୁ ଚଣ୍ଡିଗଢର ସେକ୍ଟର-୨୮ରେ ଅବସ୍ଥିତ ନାନକସର ଗୁରୁଦ୍ୱାର ବିଷୟରେ। ଆଜ୍ଞା ହଁ ଏହି ଗୁରୁଦ୍ୱାରା ଲଙ୍ଗର୍‌ର ବ୍ୟବସ୍ଥା ନାହିଁ। ଏଠାରେ ଘରୁ ଖାଦ୍ୟ ନେଇ ଗୁରୁଦ୍ୱାରକୁ ଆସ ିଥାନ୍ତି। ଏଠାରେ ଦେଶୀ ଘିଅର ପରଠା, ମାଖନ, ଅନେକ ପ୍ରକାର ତରକାରୀ ଏବଂ ଡାଲି, ମିଠା ଏବଂ ଫଳ ନେଇ ଆସିଥାନ୍ତି। ସାଙ୍ଗରେ ଆଣିଥିବା ଖାଦ୍ୟ ଯଦି କିଛି ବଳିଯାଏ ତେବେ ସେହି ଖାଦ୍ୟକୁ ସେକ୍ଟର-୧୬ ଏବଂ ୩୨ର ଡାକ୍ତରଖାନା ବ୍ୟତୀତ ପିଜିଆଇକୁ ପଠାଯାଇଥାଏ। ଯାହାଦ୍ୱାରା ସେଠାରେ ଥିବା ଲୋକମାନେ ମଧ୍ୟ ପ୍ରସାଦ ଗ୍ରହଣ କରିପାରିବେ। ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି।

gurudwara1ଏଠାରେ ମାଗଣା ଦାନ୍ତ ଚିକିତ୍ସା ମଧ୍ୟ କରାଯାଏ

ନାନକସର ଗୁରୁଦ୍ୱାରର ନିର୍ମାଣ ଦୀପାଳବି ଦିନ ହୋଇଥିଲା। ଚଣ୍ଡିଗଢ ସ୍ଥିତ ନାନକସର ଗୁରୁଦ୍ୱାରର ପ୍ରମୁଖ ବାବା ଗୁରୁଦେବ ସିଂହ କହିଛନ୍ତି, ୫୦ ବର୍ଷ ଠାରୁ ଅଧିକ ହେବ ଏହି ଗୁରୁଦ୍ୱାରର ନିର୍ମାଣ। ଏହି ଗୁରୁଦ୍ୱାରରେ ଲାଇବ୍ରେରୀର ସୁବିଧା ଥିବା ସହ ଏଠାରେ ମାଗଣାରେ ଦାନ୍ତ ଚିକିତ୍ସା ମଧ୍ୟ କରାଯାଏ।

ଏଠାରେ ଏକ ଲ୍ୟାବ ମଧ୍ୟ ଅଛି | ପ୍ରତିବର୍ଷ ମାର୍ଚ୍ଚ ମାସରେ ବାର୍ଷିକ ଉତ୍ସବ ହୋଇଥାଏ | ଏହି ବାର୍ଷିକ ଉତ୍ସବ ୭ଦିନ ଧରି ପାଳନ କରାଯାଇଥାଏ। ଏଠାରେ ଯୋଗ ଦେବାକୁ ଦେଶ-ବିଦେଶରୁ ବହୁ ସଂଖ୍ୟକ ଲୋକମାନେ ଆସିଥାନ୍ତି। ଏହି ସମୟରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ ହୋଇଥାଏ।

ନାନକସର ଗୁରୁଦ୍ୱାରରେ ୩୦ରୁ ୩୫ ଲୋକ ରହିଛନ୍ତି, ଏମାନଙ୍କ ମଧ୍ୟରେ ରାଗୀ ପାଠୀ ଏବଂ ସେବାଦାର ରହିଛନ୍ତି। ଚଣ୍ଡିଗଢ, ହରିୟାଣା, ଡେରାଡୁନ୍‌ ବ୍ୟତୀତ ଆମେରିକା, କାନାଡା, ଅଷ୍ଟ୍ରେିଲିଆ, ନ୍ୟୁଜଲ୍ୟାଣ୍ଡ ଏବଂ ଇଂଲଣ୍ଡରେ ମଧ୍ୟ ଶହେରୁ ଅଧିକ ନାସନକସର ଗୁରୁଦ୍ୱାର ରହିଛି।
ବାବା ଗୁରୁଦେବ ସିଂହଙ୍କ କହିବାନୁଯାୟୀ ଲଙ୍ଗର୍‌ ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡିଥାଏ। ଗୁରୁଦ୍ୱାରରେ ୩ଥର ଲଙ୍ଗର୍‌ ଲାଗିଥାଏ। ଲୋକମାନେ ନିଜ ଘରୁ ଖାଦ୍ୟ ପ୍ରସ୍ତୁତ କରି ଆଣିଥାନ୍ତି। ଏଠାରେ ଯଦି କିଏ ଲଙ୍ଗର୍‌ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ଅତି କମରେ ୨ମାସ ଅପେକ୍ଷା କରିବାକୁ ପଡିଥାଏ। ଏଠାରେ ସବୁବେଳେ ଅଖଣ୍ଡ ପାଠ ଚାଲିଥାଏ। ସକାଳ ୭ ଟାରୁ ୯ ପର୍ଯ୍ୟନ୍ତ ଏବଂ ସଂଧ୍ୟା ୫ ଟାରୁ ରାତି ୯ଟା ପର୍ଯ୍ୟନ୍ତ କୀର୍ତ୍ତନର ଆୟୋଜନ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.