Below header

ପୁଣି ଚର୍ଚ୍ଚାରେ ବର୍ଷା ପ୍ରିୟଦର୍ଶିନୀ:ଏଥର ଅନୁଭବ ନୁହେଁ ଶାଶୁଙ୍କ ସହ ବିବାଦ, ଉଭୟ ପକ୍ଷରୁ ଥାନାରେ ଏଫ୍‌ଆଇଆର

କଟକ (କେ ନ୍ୟୁଜ୍‌) : ପୁଣି ବର୍ଷା ବିବାଦ । ଏଥର ଅନୁଭବଙ୍କ ସହ ନୁହେଁ ଶାଶୁଙ୍କ ସହିତ । ଘର ମରାମତି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ପରେ ଦୁଇଜଣଙ୍କ ପକ୍ଷରୁ ଥାନାରେ ଏଫ୍‌ଆଇଆର ଦିଆଯାଇଛି । ବର୍ଷା ଗତ ୨୭ ତାରିଖ ଦିନ ଏବଂ ତାଙ୍କ ଶାଶୁ ଅର୍ଥାତ୍‌ ଅନୁଭବଙ୍କ ମା ଗତ ୩୦ ତାରିଖ ଦିନ ପରସ୍ପର ବିରୋଧରେ ଏଫ୍‌ଆଇଆର ଦାଖଲ କରିଛନ୍ତି । କଟକ ପୁରୀଘାଟ ଥାନା ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

varsha fir

ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦଶିର୍ନୀ ସ୍ୱାମୀ ଅନୁଭବ ମହାନ୍ତି ସହ ତିକ୍ତତା ପରେ ବି ତାଙ୍କ ଘରେ ରହୁଛନ୍ତି । ଏବେ ଘର ମରାମତି ପାଇଁ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି ତାଙ୍କୁ କୁଆଡ଼େ ଅନୁରୋଧ କରିଥିଲେ । ତେବେ ବର୍ଷାଙ୍କ ସର୍ତ୍ତ ରହିଲା ଯେ ମୋ ପାଇଁ ରହିବାର ସ୍ଥାୟୀ ବ୍ୟବସ୍ଥା କରାଗଲେ ଯାଇ ମୁଁ ଯିବି। ଏହି କଥାକୁ ନେଇ ବିବାଦ ଉପୁଜିଛି ।

ସେପଟେ ଏକ ଭାଇରାଲ ଅଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯେଉଁଥିରେ ବର୍ଷା ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ନେଇ ଚର୍ଚ୍ଚା ଚାଲିଛି । ତେବେ ଏହି ଅଡିଓର ସତ୍ୟତା ସମ୍ପର୍କରେ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ ।

barsha mother inlaw

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.