ଆଜିଠାରୁ Whatsapp ରେ କରିପାରିବେ ପଇସା ଟ୍ରାନ୍ସଫର, କମ୍ପାନୀ କହିଲା ଏମିତି କରିବ କାମ

Whatsapp UPI Payment ରେ ଭାରତୀୟ ଏବେ ହ୍ବାଟସଆପ୍ ମାଧ୍ୟମରେ ପଇସା ଟ୍ରାନ୍ସଫର କରିପାରିବେ। ନ୍ଯାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ହ୍ବାଟସଆପ୍କୁ ଅନୁମତି ଦେଇଛି। ପାଖାପାଖି ୩ ବର୍ଷ ହେବ ହ୍ବାଟସଆପ୍ ଏହାର ଅପେକ୍ଷା କରିଥିଲା। କମ୍ପାନୀ ଏହାକୁ ଏବେ ଭାରତରେ ଲାଇଭ କରିଦେଇଛି। ହ୍ବାଟସଆପ୍ UPI ବେସଡ ପେମେଣ୍ଟର ଟେଷ୍ଟିଂ ପୂର୍ବରୁ କରିସାରିଛି।

ହ୍ବାଟସଆପ୍ ପେମେଣ୍ଟ ୧୦ଟି କଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଯଦି ଆପଣଙ୍କ ହ୍ବାଟସଆପ୍ ପେମେଣ୍ଟରେ ପୂର୍ବରୁ ପେମେଣ୍ଟ ଅପସନ ଅଛି ତେବେ ଆପଣ ବ୍ଯବହାର କରିପାରିବେ। ନଚେତ ଆପଣ ହ୍ବାଟସଆପ୍କୁ ଅପଟେଡ କରି ପେମେଣ୍ଟ ଅପସନ ଚେକ୍ କରିପାରିବେ ହ୍ବାଟସଆପ୍ ପେମେଣ୍ଟ ବ୍ଯବାର କରିବା ପାଇଁ ଗ୍ରାହକଙ୍କ ପାଖରେ ଡେବିଟ କାର୍ଡ ରହିଥିବା ଜରୁରୀ ଯାହା UPI କୁ ସପୋର୍ଟ କରୁଥିବ। ହ୍ବାଟସଆପ୍ ପେମେଣ୍ଟ ଅପସକୁ ଯାଇ ଆପଣ ନିଜର ବ୍ଯାଙ୍କ ସିଲେକ୍ଟ କରି ଡିଟେଲ୍ସ ଦେଇ ଆକ୍ଟିଭ କରିପାରିବେ।

payment

ହ୍ବାଟସଆପ୍ ନ୍ଯାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ସହିତ ମିଶି UPI ସିଷ୍ଟ ବେସଡ ପେମେଣ୍ଟ ଇଣ୍ଟରଫେସ ପ୍ରସ୍ତୁତ କରିଛି ଏବଂ ଏଥିରେ ଡାଟା ଲୋକେଲାଇଜେସନକୁ ମଧ୍ ଧ୍ୟାନରେ ରଖିଛି। ହ୍ବାଟସଆପ୍ ପେମେଣ୍ଟ ସର୍ଭିସ ପାଇଁ ୫ଟି ବଡ ବ୍ଯାଙ୍କ ସହିତ ଡିଲ କରିଛି। ଏଥିମଧ୍ୟରେ ICICi, HDFC, Axix, SBI ଏବଂ Jio Payments Bank ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.