Below header

ପରିଣିତିଙ୍କ ଚୋପ୍ରାଙ୍କ ଫାଷ୍ଟ ଲୁକ୍ ସେୟାର କଲେ ସାଇନା ନେହୱାଲ, କହିଲେ ଏମିତି କଥା

ପ୍ରଖ୍ୟାତ ବ୍ୟାଡ୍ମିଣ୍ଟନ୍ ଖେଳାଳି ସାଇନା ନେହୱାଲ ନିଜ ବାୟୋପିକରେ କାମ କରୁଥିବା ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ଫାଷ୍ଟ ଲୁକ୍ ସେୟାର କରିଛନ୍ତି। ଫିଲ୍ମରେ ପରିଣିତି ସମ୍ପୂର୍ଣ୍ଣ ଭାବେ ସାଇନାଙ୍କ ଭଳି ଦେଖାଯିବା ପାଇଁ ଉଦ୍ୟମ କରିଥିବା ବେଳେ ପରିଣିତିଙ୍କ ଏହି ଲୁକ୍କୁ ଟ୍ବିଟର୍ରେ ସେୟାର କରି ସାଇନା ‘ଲୁକ୍ ଆଲାଇକ୍’ ବୋଲି କ୍ୟାପ୍ସନ୍ ଦେଇଛନ୍ତି।

ଗତବର୍ଷଠାରୁ ପରିଣିତି ଏହି ବାୟୋପିକରେ ସୁଟିଂରେ ଲାଗି ଯାଇଛନ୍ତି। ଫିଲ୍ମ ନିର୍ଦ୍ଦେଶକ ଅମୋଲ ଗୁପ୍ତେ ଓ ତାଙ୍କ ଟିମ୍ କହିଛନ୍ତି, ଫିଲ୍ମର ଚରିତ୍ର ପାଇଁ ଯାହା ଯାହା ଦରକାର, ସେ ସବୁ ପରିଣିତିଙ୍କ ପାଖରେ ରହିଛି। ସାଇନାଙ୍କ ଚରିତ୍ର ପାଇଁ ପରିଣିତିଙ୍କୁ ପ୍ରଶିକ୍ଷିତ କରିବା ଲାଗି ଏକ ଫିଜିଓ ଟିମ୍ ସହ ବିଶ୍ବସ୍ତରୀୟ ଖେଳାଳି ଦଳ ତାଙ୍କୁ ତାଲିମ୍ ଦେଉଛନ୍ତି।

ଫିଲ୍ମରେ ସାଇନାଙ୍କ ଚରିତ୍ରକୁ ନିଖୁଣ ଭାବେ ଦେଖାଇବା ପାଇଁ ସମସ୍ତେ ଜୋରସୋରରେ ଲାଗିପଡିଛି। ସୂଚନାଯୋଗ୍ୟ ଯେ, ପରିଣିତି ଆଗକୁ ହଲିଉଡ୍ ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ହିନ୍ଦୀ ରିମେକରେ ବି ନଜର ଆସିବେ। ପୂର୍ବରୁ ଏହି ଫିଲ୍ମ ପାଇଁ ଶ୍ରଦ୍ଧାଙ୍କୁ ସାଇନ କରାଯାଇଥିବା ବେଳେ ସେ ଫିଲ୍ମ ଛାଡିଦେଇଥିବାରୁ ପରିଣିତିଙ୍କୁ ଏହି ଅଫର ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.