Below header

ଦେଶରେ ପୁଣି ଖସିଲା ସଂକ୍ରମିତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୪୭ ହଜାର ୬୩୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୬୭୦ ମୃତ

ନୂଆଦିଲ୍ଲୀ: କରୋନାର ଦୈନିକ ଆକ୍ରାନ୍ତ ସଂଖ୍ୟା ଗୁରୁବାର କିଛିଟା ବଢିଥିବା ବେଳେ କିନ୍ତୁ ଗତ ୨୪ ଘଣ୍ଟା ଭିତରେ ଏହି ସଂଖ୍ୟା କିଛିଟା କମି ଥିବା ଲକ୍ଷ କରାଯାଇଛି । ଗୁରୁବାର ୫୦ ହଜାର ପାର ହୋଇଥିବା ବେଳେ କିନ୍ତୁ ଆଜି ଏହି ସଂଖ୍ୟା ୫୦ ହଜାର ତଳକୁ ଖସି ଆସିଛି  । ଗତ ୨୪ ଘଣ୍ଟା ଭିତରେ ଦେଶର ବିଭିନ୍ନ ସ୍ଥାନରେ ୪୭ ହଜାର ୬୩୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଯେବେକି ୬୭୦ ଜଣଙ୍କର ମୃତ୍ୟୁ ହୋଇଛି  । ଏହାକୁ ମିଶାଇ ୧
ଲକ୍ଷ ୨୫ ହଜାର ପାଖାପାଖି ଛୁଇଁଳାଣି ମୃତ୍ୟୁ ସଂଖ୍ୟା  । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ,

ଗତ ୨୪ ଘଣ୍ଟାରେ ୪୭ ହଜାର ୬୩୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଏହାକୁ ମିଶାଇ ମୋଟ ସଂଖ୍ୟା ୮୪ ଲକ୍ଷ ୧୧ ହଜାର ୭୨୪କୁ ବୃଦ୍ଧି ପାଇଛି । ଗୋଟିଏ ଦିନ ଭିତରେ ୫୪ ହଜାର ୧୫୭ ଜଣ ସୁସ୍ଥ ହୋଇଥିବା ବେଳେ ଏହାକୁ ମିଶାଇ ସୁସ୍ଥ ସଂଖ୍ୟା ୭୭ ଲକ୍ଷ ୬୫ ହଜାର ୯୬୬ କୁ ବୃଦ୍ଧି ପାଇଛି । ତାଜା ରିପୋର୍ଟ ଅନୁଯାୟୀ, ଏବେ ଦେଶରେ ୫ ଲକ୍ଷ ୨୦ ହଜାର ୭୭୩ ସକ୍ରିୟ ମାମଲା ରହିଛି । ୨୪ ଘଂଟାରେ ୭ ହଜାର ୧୮୯ ଖସିଛି ଏହି ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.