Below header

ମୋ ବସ୍‌ ସେବାକୁ ପୂରିଲା ୨ ବର୍ଷ, ୨୦୧୮ ମସିହା ଆଜିର ଦିନରେ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋ ବସ୍‌କୁ ପୂରିଛି ୨ ବର୍ଷ । ୨୦୧୮ ମସିହା ନଭେମ୍ବର ୬ ତାରିଖରେ ମୋ ବସ୍‌ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ୩ଟି ଫେଜ୍‌ରେ ପାଖାପାଖି ୩୧୦ ବସ୍‌ ଯାତ୍ରୀମାନଙ୍କୁ ସେବା ଯୋଗାଇ ଆସୁଛି ।

ହେଲେ କରୋନା କଟକଣା ଯୋଗୁ ଏବେ ୨ଟି ଫେଜ୍‌ରେ ୧୦୫ଟି ବସ୍‌ ଚାଲିଛି । କରୋନା ମହାମାରୀ ଯୋଗୁ ରାଜ୍ୟ ସରକାର ଦୀର୍ଘ ୭ ମାସ ପରେ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ମୋ ବସ୍‌ରେ ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧାକୁ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ଯାତ୍ରା କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.