Below header

‘୨୫୦୦ ରୁପେୟା ଦୋ ଔର ହୋ ଜାଓ କରୋନା ନେଗେଟିଭ’; ମହଙ୍ଗା ପଡିଲା ଏମିତି ମିଛ ସାର୍ଟିଫିକେଟ ଦେବା

କରୋନ ଭାଇରସ ସଂକ୍ରମଣ ଦେଶରେ ପ୍ରାୟ ସବୁ ସ୍ଥାନରେ ବ୍ୟାପିସାରିଛି। ଏହାର ମୁକାବିଲା ପାଇଁ ସାରା ବିଶ୍ୱ ଏକ ହୋଇଥିବା ବେଳେ ଯେଉଁଠି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ସେଠାରେ କରୋନା ରିପୋର୍ଟକୁ ନେଇ ଚାଲିଆତି ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମିରଠ ସହରରେ।

ଏହି ସହରରେ ୨୫୦୦ ଟଙ୍କା ବଦଳରେ ଏକ ନର୍ସିଂହୋମରେ ଜାଲ କୋଭିଡ-୧୯ ସାର୍ଟିଫିକେଟ ଦେଉଥିବା ଖବର ଜଣାପଡିଛି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହୋଇଥିଲା। ଯେଉଁଥିରେ ମିରଠର ଏକ ନର୍ସିଂହୋମରେ ୨୫୦୦ ଟଙ୍କା ନେଇ କରୋନା ନେଗେଟିଭ ରିପୋର୍ଟ ଦେଉଥିବା ଦେଖିବାକୁ ମିଳିଛି।

ee

କିଛି ଲୋକ ଲାଇନରେ ଠିଆ ହୋଇ ହସପିଟାଲର କର୍ମଚାରୀଙ୍କୁ କରୋନା ନେଗେଟିଭ ଜାଲ ସାର୍ଟିଫିକେଟ ଦେଉଥିବା ନଜର ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ନର୍ସିଂହୋମ ବିରୋଧରେ ଏକ ମାମଲା ରୁଜୁ ହେବା ସହ ହସପିଟାଲର ଲାଇସେନ୍ସକୁ ରଦ୍ଦ କରାଯାଇଛି। ଏଥିସହ ନର୍ସିଂହୋମକୁ ସିଲ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.