ଆଜି ଭୁବନେଶ୍ୱରରୁ ୨୯ ଜଣ ଓ କଟକରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ, ବଢୁଛି ଲୋକାଲ କଣ୍ଟାକ୍ଟ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୨୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ । ଏମାନଙ୍କ ଭିତରେ ୧୪ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଥିବା ବେଳେ ୧୪ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ଜଣେ କରୋନା ଯୋଦ୍ଧା । ସୂଚନା ଅନୁଯାୟୀ ଡୁମଡୁମା ସୁବାସ ନଗର ବସ୍ତିରୁ ପୁଣି ଜଣେ ଲୋକାଲ କଣ୍ଟାକ୍ଟ କେସ୍‌ ଆସିଛି । ଝଣ୍ଡଗିରିରୁ ଜଣେ ମହିଳା ଚିହ୍ନଟ ହୋଇଥିବା ବେଳେ ଘରୋଇ ହସ୍ପିଟାଲର ୨ମହିଳା କର୍ମଚାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୟୁନିଟ-୫ କେସରିନଗର ବସ୍ତିରୁ ଜଣେ, ୟୁନିିଟ-୧ ହାଇସ୍କୁଲ ନିକଟରୁ ଜଣେ, ବରଗଡ ବ୍ରିଟି କୋଲନୀରୁ ଜଣେ ବମ୍ମିଖାଲ ଜୟଦୁର୍ଗା ବସ୍ତିରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ବରମୁଣ୍ଡା ଟେଲକୋ କୋଲନରୁ ଜଣେ, ସହିଦ ନଗରରୁ ଜଣେ ଏବଂ ହଂସପାଳ ଘରୋଇ ମେଡିକାଲରୁ ଜଣେ ପଜିଟିଭ ବାହାରିଛନ୍ତି । ସେହିପରି ହୋମ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪ଟି କେସ୍‌ ଆସିଛି । ଏହାସହ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ କରୋନା ପଜିଟିଭ କେସ୍‌ ୪୭୯କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୨୭୭ ଜଣ । ୬ ଜଣଙ୍କର ଜୀବନ ଯାଇଥିବା ବେଳେ ଆକ୍ଟିଭ୍‌ କେସ୍‌ ରହିଛି ୧୯୫ ।

ଠିକ ସେହିପରି କଟକରୁ ମଧ୍ୟ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪ ଜଣ କ୍ୱାରେଣ୍ଟାଇନରୁ ଥିବା ବେଳେ ଜଣେ ଲୋକାଲ କଣ୍ଟାକ୍ଟ କେସ୍‌ ରହିଥିବା ସୂଚନା ମିଳିଛି । ତେବେ ରାଜ୍ୟରେ କରୋନାରେ ଆଜି ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.