Below header

ଧଳା କେଶକୁ ଚୁଟକିରେ କରନ୍ତୁ କଳା, ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ଅଧିକାଂଶ ଲୋକମାନଙ୍କ ପାଖରେ ଧଳା କେଶର ସମସ୍ଯା ଦେଖାଯାଉଛି। କିନ୍ତୁ ଖୁବ୍ କମ ବୟସରେ ଏହି ସମସ୍ଯା ଦେଖାଯାଉଥିବାରୁ ଏହା ଚିନ୍ତାର କାରଣ ହୋଇଯାଇଥାଏ। ବର୍ତ୍ତମାନ କିନ୍ତୁ ଏହି ସମସ୍ଯା ପାଇଁ ଆଉ ଚିନ୍ତା କରନ୍ତୁ ନାହିଁ। କାରଣ ଏବେ ଆପଣ ଲେମ୍ବୁ ରସ ବ୍ଯବହାର ଏହି ସମସ୍ଯାରୁ ରକ୍ଷା ପାଇପାରିବେ। ଏଥିରେ ଥିବା ତତ୍ତ୍ବ କେବଳ ଧଳା କେଶ ସମସ୍ଯା ଦୂର କରିନଥାଏ ବରଂ କେଶ ସହ ଜଡିତ ସମସ୍ଯାରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ। ସବୁଠାରୁ ଖାସ୍ କଥା ହେଉଛି ଏହି ଘରୋଇ ଉପଚାରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା ଲେମ୍ବୁରେ କଣ ମିଶାଇ ଲଗାଇବା ଦ୍ବାରା ଏହି ସମସ୍ଯା ଦୂର ହୋଇଥାଏ।

Lemon--୨ ଚାମଚ ଲେମ୍ବୁ ରସରେ ୧ ଚାମଚ ଜଡା ତେଲ ମିଶାନ୍ତୁ। ଏହାପରେ ଏହାକୁ ଡାଲୁକା ଉଷୁମ କରିଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ କେଶରେ ଲଗାନ୍ତୁ। କେଶରେ ଲଗାଇବାର ୩୦ ମିନିଟ୍ ପର୍ଯ୍ଯନ୍ତ ରଖି ଶାମ୍ପୂ କରିଦିଅନ୍ତୁ। ଏହି ମିଶ୍ରଣକୁ ଆପଣ ସପ୍ତାହରେ ୨ ରୁ ୩ ଥର ବ୍ଯବହାର କରିପାରିବେ।

-ଲେମ୍ବୁ ରସ ଏବଂ ନଡ଼ିଆ ତେଲକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ଲଗାଇବା ପରେ ଭଲଭାବେ ମସାଜ୍ କରି ୩୦ ମିନିଟ୍ ରଖିବା ପରେ ମୁଣ୍ଡ ଧୋଇ ଦିଅନ୍ତୁ।

lemon_– ୨ ଚାମଚ ଲେମ୍ବୁ ରସରେ ତେଜପତ୍ର ପକାନ୍ତୁ ହାଲୁକା ଉଷୁମ କରିଦିଅନ୍ତୁ। ଏହାପରେ ଏହାକୁ କେଶରେ ଲଗାଇ ମସାଜ୍ କରନ୍ତୁ। ଲଗାଇବାର ୧ଘଣ୍ଟା ପର୍ଯ୍ଯନ୍ତ ରଖି ଶାମ୍ପୂ କରିଦିଅନ୍ତୁ। ଏହି ମିଶ୍ରଣକୁ ଆପଣ ସପ୍ତାହରେ ଥରେ ବ୍ଯବହାର କରିପାରିବେ।

-ଗୋଟିଏ ଲେମ୍ବୁ ରସରେ ତିନି ଚାମଚ ଚିନି ଏବଂ ତିନି ଚାମଚ ପାଣି ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ କେଶରେ ଲଗାଇ ଏକ ଘଣ୍ଟା ପର୍ଯ୍ଯନ୍ତ ରଖି ଶାମ୍ପୂ କରିଦିଅନ୍ତୁ। ଏହା କେବଳ ଧଳା କେଶ ସମସ୍ଯା ନୁହେଁ ବରଂ କେଶ ଝଡିବା ସମସ୍ଯା ମଧ୍ଯ ଦୂର କରିଥାଏ।

lemon1-ଅଣ୍ଡା ଏବଂ ଲେମ୍ବୁ ରସକୁ ମେହେନ୍ଦୀ ପାଉଡରରେ ମିଶାଇ ଲଗାଇବା ଦ୍ବାରା କେଶ ଜଲଦି ବଢିବା ସହ କଳା ହୋଇଥାଏ। ଏହା ବ୍ଯତୀତ କେଶକୁ ଜରୁରୀ ପୋଷଣ ମିଳିଥାଏ, ଯାହାଦ୍ବାରା ସଠିକ୍ ରୂପେ କେଶର ବିକାଶ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.