Below header

ଭାଇରାଲ ହେଉଛି ହାତୀର ବବ୍‌ କଟ୍‌ ହେୟାର ଷ୍ଟାଇଲ୍‌, ଏମିତି ରୂପ ଆଗରୁ କେବେ ଦେଖିନଥିବେ

ସୋସିଆଲ ମିଡିଆରେ ପ୍ରତିଦିନ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଲୋକମାନେ ଖୁବ ପସନ୍ଦ କରିଥାନ୍ତି। ଏବେ ସେଭଳି ଏକ ହାତୀର ଫଟୋ ଭାଇରାଲ ହେଉଛି। ଫଟୋରେ ହାତୀର ହେୟାର ଷ୍ଟାଇଲ ଦେଖିଲେ ଆପଣ ବି ଦଣ୍ଡେ ଚାହିଁ ରହିବେ। ଫଟୋଟି ତାମିଲନାଡ଼ୁର ବୋଲି ଜଣାଯାଇଛି। ଏହି ହାତୀର ନାଁ ସେନ୍‌ଗାମାଲମ୍‌ ଓ ସେ ମନ୍ନାରଗୁଡ଼ି ସହରର ରାଜଗୋପାଳସ୍ୱାମୀ ମନ୍ଦିର ରହେ।

ଦେଖନ୍ତୁ ଫଟୋ:

ହାତୀର ଏହି ହେୟାର ଷ୍ଟାଇଲ ଫଟୋକୁ ଇଣ୍ଡିଆନ୍‌ ଫରେଷ୍ଟ ଅଫିସର ସୁଧା ରାମନ ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଫଟୋକୁ ସେୟାର କରି ସୁଧା କ୍ୟାପସନ୍‌ରେ ଲେଖିଛନ୍ତି ‘ବବ୍‌ କଟ୍‌ ସେନ୍‌ଗାମାଲମ୍‌ ହାତୀ’। ହାତୀର ଏହି କ୍ୟୁଟ୍‌ ଫଟୋଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ରିପୋର୍ଟ ମୁତାବକ, ୨୦୦୩ ରେ ଏହି ହାତୀକୁ କେରଳର ରାଜଗୋପାଳସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା। ଏହା ପରେ ମନ୍ଦିରର ପୂଜାରୀ ମହାବତ ଏସ୍‌ ରାଜଗୋପାଳ ଏହାର ଯତ୍ନ ନେଉଥିଲେ।

ହାତୀର ହେୟାର ଷ୍ଟାଇଲକୁ ନେଇ ମହାବତ୍‌ କହିଛନ୍ତି ମୁଁ ମୋ ଛୁଆ ଭଳି ସେନ୍‌ଗାମାଲମ୍‌କୁ ପାଳିଛି। ଏଣୁ ତାକୁ ଏକ ଖାସ୍‌ ଲୁକ୍‌ ଦେବାକୁ ଚାହୁଁଥିଲି। ଥରେ ନେଟ୍‌ରେ ଏକ ଭିଡିଓ ଦେଖିଥିଲି। ସେଥିରେ ହାତୀର ବବ୍‌ କଟ୍‌ ଚୁଟି ମତେ ପସନ୍ଦ ଆସିଥିଲା। ତା’ପରେ ମୁଁ ସେନଗାମଲମ୍‌ର ଚୁଟି ବଢ଼ାଇବା ଆରମ୍ଭ କରିଥିଲି। ସେ ଶାନ୍ତ ଥିବା ବେଳେ ତା’ ଚୁଟି କାଟୁଥିଲି। ବାରମ୍ବାର ଚୁଟି କାଟିବା ପରେ ତାହା ଆପେ ବଢ଼ିବାକୁ ଲାଗିଥିଲା। ଆଉ ଏବେ ହାତୀର ବବ୍‌ କଟ୍‌ ଲୁକ୍‌ ସମସ୍ତଙ୍କୁ ପସନ୍ଦ ଆସିଛି ବୋଲି କହିଛନ୍ତି ମହାବତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.