ବଲିଉଡ ରା଼ପରଙ୍କୁ ପଛରେ ପକାଇଦେଲେ ଓଡ଼ିଆ ପୁଅ, ଭିନ୍ନ ଶୈଳୀରେ ସମାଜକୁ ଦେଉଛନ୍ତି ସଚେତନତାର ବାର୍ତ୍ତା

କିଛିଦିନ ତଳେ ଏକ ମୁଭି ରିଲିଜ ହୋଇଥିଲା ଗଲିବଏ । ଏହି ଚଳଚ୍ଚିତ୍ରରେ ଫୋକସ ଥିଲା ରା଼ପ । ବାଦଶାହ, ରଫ୍ତାର, ହନି ସିଂ ଏଭଳି ଅନେକ ଲୋକପ୍ରିୟ ରାପରଙ୍କୁ ଆପଣ ଜାଣିଥିବେ । ଆଜିକାଲିର ଯୁବପିଢ଼ି ତ ଏମାନଙ୍କ ରା଼ପ ପାଇଁ ପାଗଳ । ଆଉ ଏହି ରା଼ପ ଆଜିର ସମୟରେ ଏକ ସାଧାରଣ ମଣିଷ ଉପରେ କେତେ ମାତ୍ରାରେ ପ୍ରଭାବ ପକାଉଛି ତା ବି ଆପଣ ଜାଣିଥିବେ କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି କିଛି ଦେଖାଇବୁ ଯାହା ଦେଖିଲେ ସତରେ ଆପଣ ଚମକି ପଡିବେ ।

ଏମାନେ ସମସ୍ତେ ହେଉଛନ୍ତି ଆମ ଓଡ଼ିଆ ପିଲା । ଭବିଷ୍ୟତର ଲକ୍ଷ କିଏ ଡାକ୍ତର । କିଏ ଇଂଜିନିୟର…ଆଉ କିଏ ଶିକ୍ଷକ ହେବେ କିନ୍ତୁ ହାତରେ ଅଛି ଖାତା କଲମ । କେତେବେଳେ କଲେଜ ପିଂଢା ତ କେତେବେଳେ ଖେଳ ପଡିଆ । କେତେବେଳେ ଚାଲିଛି ସ୍କ୍ରିପ୍ଟ ଲେଖା ତ କେତେବେଳେ ଡ୍ୟାନ୍ସ ଡାଇରେକସନ । ରା଼ପ ସୁରର ତାଳେ ତାଳେ ନାଚ ଆଉ ଗୀତ ହେଲେ କୌଣସି ଫିଲ୍ମ ଗୀତ ନୁହେଁ । ଭିନ୍ନ ଶୈଳୀରେ ସମାଜକୁ ସଚେତନ କରାଉଛନ୍ତି ଏହି ଯୁବଗୋଷ୍ଠୀ । ତାହା ପୁଣି ପ୍ରଚଳିତ ସମାଜରେ ଘଟୁଥିବା ବିଷୟବସ୍ତୁକୁ ନେଇ । ଏଇ ଯେମିତି ଦୁଷ୍କର୍ମ, ନାରୀ ସୁରକ୍ଷା ସାଙ୍ଗକୁ , ନିଶା ନିବାରଣ ଭଳି ସଚେତନତା ବାର୍ତ୍ତା ଯାହା ସତରେ ଆପଣଙ୍କ ମନକୁ ଛୁଇଁ ଯିବ । ଆଧୁନିକ ତାଳରେ ରା଼ପ ସାଙ୍ଗକୁ ଆଦିବାସୀ ଭାଷାରେ ଗୀତ ଆଉ ନାଚ ଏମିତି ନିଆରା ସଚେତନର ବାର୍ତ୍ତା ଦେଉଛନ୍ତି ଜୟପୁରର ଏହି ଯୁବକମାନେ ।

ଛାତ୍ର ଅବସ୍ଥାରେ ସମୟ ସହିତ ତାଳ ଦେଇ ଲୋକଙ୍କ ପସନ୍ଦ ମୁତାବକ ରା଼ପ ବନାଇ ୟୁଟ୍ୟୁବ ମାଧ୍ୟମରେ ଏହି ଯୁବକମାନଙ୍କ ଏଭଳି ମନୋରଞ୍ଜନର ପ୍ରୟାସକୁ ସମସ୍ତେ ସ୍ୱାଗତ କରିଛନ୍ତି । ଆଗକୁ ମଧ୍ୟ ସେମାନଙ୍କ ଏଭଳି ପ୍ରୟାସ ଜାରି ରହିବ ବୋଲି କୁହନ୍ତି ଗ୍ରୁପ ଲିଡର ଶୁଭମ ଝା । ନିଜ ଅଂଚଳରେ ଏମାନେ ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ଠିକ ଆପଣ ଦେଖିଥିବା ଚଳଚ୍ଚିତ୍ର ଗଲି ବଏ ପରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.