ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକା ସହ ଗଣଦୁଷ୍କର୍ମ! ମହାରାଷ୍ଟ୍ରରୁ ଆସିଲା ଛାତିଥରା ଘଟଣା
ଗଣଦୁଷ୍କର୍ମ! ପୁଣି ଥରେ ଘଟିଲା ଜଘନ୍ୟ କାଣ୍ଡ। ମହାରାଷ୍ଟ୍ରର ପାଲ୍ଘର ଜିଲ୍ଲାରେ ଗତ ବୁଧବାର ସନ୍ଧ୍ୟା ସମୟରେ ଘଟିଛି ଏହି କାଣ୍ଡ। ନିଜ ପ୍ରେମିକ ସହିତ ଯାଉଥିବା ସମୟରେ ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି ଯୁବତୀ।

ପାଲ୍ଘର: ଗଣଦୁଷ୍କର୍ମ! ପୁଣି ଥରେ ଘଟିଲା ଜଘନ୍ୟ କାଣ୍ଡ। ମହାରାଷ୍ଟ୍ରର ପାଲ୍ଘର ଜିଲ୍ଲାରେ ଗତ ବୁଧବାର ସନ୍ଧ୍ୟା ସମୟରେ ଘଟିଛି ଏହି କାଣ୍ଡ। ନିଜ ପ୍ରେମିକ ସହିତ ଯାଉଥିବା ସମୟରେ ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି ଯୁବତୀ। ପ୍ରେମିକ ଜଣଙ୍କୁ ଗଛରେ ବାନ୍ଧିଦେବା ପରେ ଏହି ଘୃନ୍ୟ ଘଟଣାକୁ ଘଟାଇଛନ୍ତି ଅଭିଯୁକ୍ତ।
ତେବେ ଗତ ଗୁରୁବାର ମହାରାଷ୍ଟ୍ରର ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାଶ୍ କରିଥିଲା। ସୂଚନା ଅନୁସାରେ, ପୀଡିତା ଜଣଙ୍କ ପ୍ରେମିକ ସହ ପାଖ ପାହାଡକୁ ବୁଲିବାକୁ ଯାଇଥିଲେ। ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ପ୍ରଥମେ ସେମାନଙ୍କ ସହିତ ଝଗଡା କରିଥିଲେ ଓ ଏକ ଖାଲି ବିୟର ବୋତଲରେ ଆକ୍ରମଣ କରିଥିଲେ। ଏହାପରେ ସେମାନେ ପ୍ରେମିକର କପଡା ଖୋଲି ଗଛରେ ବାନ୍ଧି ପକାଇଥିଲେ।
ଏହାପରେ ଦୁର୍ବୃତ୍ତ ମାନେ ଯୁବତୀଙ୍କୁ ଏକ ନିଛାଟିଆ ସ୍ଥାନକୁ ଟାଣି ନେଇ ଏହି ଜଘନ୍ୟ ଅପରାଧ ଘଟାଇଥିଲେ। ଦୁର୍ବୃତ୍ତମାନେ ପୀଡିତାର ପର୍ସକୁ ମଧ୍ଯ ଜାଳି ଦେଇଥିଲେ। ଏହାପରେ ସୁଯୋଗ ପାଇ ଯୁବତୀ ଜଣକ ସେଠାରୁ ନିଜକୁ ବଞ୍ଚାଇ ଖସି ଆସିଥିଲା। କିଛି ଘଣ୍ଟା ପରେ ସେଠାରେ ପୋଲିସ୍ ଆସି ଗଛରେ ବନ୍ଧା ହୋଇଥିବା ପ୍ରେମିକକୁ ଉଦ୍ଧାର କରିଥିଲା।
ଅନ୍ଯପଟେ, ଗତ ବୁଧବାର ସନ୍ଧ୍ୟାରେ ୨୨ ଓ ୨୫ ବର୍ଷୀୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ପରେ ସେମାନଙ୍କୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯିବା ପରେ ଜେଲ୍ କୁ ପଠାଇ ଦିଆଯାଇଛି। ଆସନ୍ତା ମାର୍ଚ୍ଚ ୨୭ ପଯ୍ୟର୍ନ୍ତ ସେମାନେ ପୋଲିସ ହିପାଜତରେ ରଖିବେ। ସେମାନଙ୍କ ଉପରେ ଗଣଦୁଷ୍କର୍ମର ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚଳାଇଛି ପୋଲିସ୍।