ପୁଣି ପରକୀୟ ପ୍ରୀତି ନେଲା ଜୀବନ, ସ୍ୱାମୀଙ୍କ ହତ୍ୟା ମାମଲାରେ ପତ୍ନୀ ଓ ପ୍ରେମିକ ଗିରଫ

ଗରିବ ଦାଶଙ୍କୁ ପତ୍ନୀ ସୁଦେଷ୍ଣା ଓ ତାଙ୍କ ପ୍ରେମିକ ପଙ୍କଜ ଜେନା ପଥରରେ ଛେଚି ହତ୍ୟା କରିବା ପରେ କୂଅକୁ ଫୋପାଡ଼ି ଦେଇଥିଲେ । ଏହି ମାମଲାରେ ଅଭିଯୁକ୍ତ ପତ୍ନୀ ଓ ପ୍ରେମିକକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ l

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ସୁମଣ୍ଡଳରେ ହତ୍ୟା ମାମଲାରେ ପର୍ଦ୍ଦାଫାସ । ସ୍ୱାମୀଙ୍କୁ ହତ୍ୟା ମାମଲାରେ ପତ୍ନୀ ଓ ପ୍ରେମିକ ଗିରଫ । ଗରିବ ଦାଶଙ୍କୁ ପତ୍ନୀ ସୁଦେଷ୍ଣା ଓ ତାଙ୍କ ପ୍ରେମିକ ପଙ୍କଜ ଜେନା ପଥରରେ ଛେଚି ହତ୍ୟା କରିବା ପରେ କୂଅକୁ ଫୋପାଡ଼ି ଦେଇଥିଲେ । ଏହି ମାମଲାରେ ଅଭିଯୁକ୍ତ ପତ୍ନୀ ଓ ପ୍ରେମିକକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ l ଅଭିଯୋଗ ଅନୁଯାୟୀ, ଅଙ୍ଗାରଗାଁ କାଳଷଣ୍ଢ ସାହିର ଗରୀବ ଦାସ ଗତ ଜାନୁଆରୀ ୨୯ ତାରିଖ ରାତି ସମୟରେ ଘରୁ ଯାତ୍ରା ଦେଖି ଯିବାକୁ କହି ଯାଇଥିବା ବେଳେ କୂଅରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଥିଲା ।

ଅଙ୍ଗାରଗାଁ-ଗିଲିଣ୍ଡା ରାସ୍ତାରେ ଥିବା ଏକ କୂଅରୁ ଗରିବ ଦାଶଙ୍କ କ୍ଷତାକ୍ତ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । କୂଅରୁ ମୃତକଙ୍କ ମୋବାଇଲ ଫୋନ ଏବଂ ହତ୍ୟାରେ ବ୍ୟବହୃତ ପଥର ଜବତ କରାଯାଇଥିଲା । ଏହି ଘଟଣାରେ ମୃତକଙ୍କ ପତ୍ନୀ ଉପରେ ପୋଲିସର ସନ୍ଦେହ ଉପୁଜିଥିଲା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଫୋନ କଲ ତଥ୍ୟକୁ ଆଧାର କରି ଏହା ଏକ ପ୍ରେମଜନିତ ସୁ ପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଘଟଣାର ତଦନ୍ତ ପରେ ଗିରଫ ଅଭିଯୁକ୍ତ ପତ୍ନୀ ଓ ପ୍ରେମିକକୁ କୋର୍ଟ ଚାଲାଣ କରିଛି ବେଗୁନିଆପଡା ଥାନା ପୋଲିସ l

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.