ବାଲି ଓଭର ଲୋଡିଂ କରି ତଣ୍ଡ ଗଣିଲେ, ଟ୍ରକ୍କୁ ଏକ ଲକ୍ଷ ଟଙ୍କା ଫାଇନ୍
ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି ବଜାର ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିଲା ଟ୍ରକ୍ଟି । ଦ୍ରୁତ ଗତିରେ ଯାଉଥିବାରୁ ଟ୍ରକ୍କୁ ଅଟକାଇଥିଲେ ତହସିଲଦାର ।ତେବେ ଟ୍ରକ୍ଟି ନଅଟକିବାରୁ କିଛି ବାଟ ଯାଏ ପଛେ ପଛେ ଯାଇ ଗାଡିଟିକୁ ଧରିବାକୁ ସକ୍ଷମ ହୋଇଥିଲେ ତହସିଲଦାରଙ୍କ ଟିମ୍ ।

ଭଦ୍ରକ(କେନ୍ୟୁଜ୍): ବାଲି ବୋଝେଇ ଟ୍ରକ୍କୁ ଏକ ଲକ୍ଷ ଟଙ୍କା ଫାଇନ୍ । ଓଭର ଲୋଡିଂ ପାଇଁ ଫାଇନ୍ କରିଛନ୍ତି ଭଦ୍ରକ ତିହିଡି ତହସିଲଦାର ପ୍ରତୀକ ସାହୁ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି ବଜାର ଦେଇ ଚାନ୍ଦବାଲି ଅଭିମୁଖେ ଯାଉଥିଲା ଟ୍ରକ୍ଟି । ଦ୍ରୁତ ଗତିରେ ଯାଉଥିବାରୁ ଟ୍ରକ୍କୁ ଅଟକାଇଥିଲେ ତହସିଲଦାର ।
ତେବେ ଟ୍ରକ୍ଟି ନଅଟକିବାରୁ କିଛି ବାଟ ଯାଏ ପଛେ ପଛେ ଯାଇ ଗାଡିଟିକୁ ଧରିବାକୁ ସକ୍ଷମ ହୋଇଥିଲେ ତହସିଲଦାରଙ୍କ ଟିମ୍ । ଏବେ ଟ୍ରକ୍କୁ ଏକ ଲକ୍ଷ ଟଙ୍କା ଫାଇନ୍ କରିବା ସହ ଜବତ କରି ତିହିଡି ଥାନାରେ ଅଟକ ରଖିଛନ୍ତି । ମୋଟ ଫାଇନ ମଧ୍ୟରୁ ୫୬୦ ଟଙ୍କା ରୟାଲିଟି, ୨ ହଜାର ୯୯୭ ଟଙ୍କା ପରିବେଶ ଫାଇନ ଏବଂ ୯୬ ହଜାର ୪୪୩ ଟଙ୍କା ଫାଇନ ବୋଲି ଜଣାପଡିଛି ।