Below header

ଆସନ୍ତା ୧୦ରେ ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂର ଶିଳାନ୍ୟାସ, ୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବ ନିର୍ମାଣ କାମ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୦ରେ ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂର ଶିଳାନ୍ୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ଗୋଟାଏ ସମୟରେ ଭୂମି ପୂଜନ କରିବା କାର୍ଯ୍ୟକ୍ରମ ରହିଛି । ଏମିତି ହେବ ପାର୍ଲାମେଣ୍ଟ ବିଲ୍‌ଡିଂ । ୬୪ ହଜାର ୫୦୦ ବର୍ଗ ମିଟର ପରିମିତ ସ୍ଥାନରେ ନିର୍ମାଣ ହେବ ନୂଆ ସଂସଦ ଭବନ । ଏଥିପାଇଁ ବ୍ୟୟ ଅଟକଳ ରହିଛି ୯୭୧ କୋଟି ଟଙ୍କା । ପୁରୁଣା ସଂସଦ ଭବନ ଠାରୁ ଅଧିକ ୧୭ଶହ ବର୍ଗମିଟର ଜାଗାରେ ନିର୍ମାଣ ହେବ ନୂଆ ସଂସଦ ଭବନ ।

ନୂଆ ସଂସଦ ଭବନର ଡିଜାଇନ୍‌ କରିଛି ଏଚସିପି ଡିଜାଇନ୍‌, ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌। ଏହାର ଡିଜାଇନ୍‌ ଦେଖିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ଆତ୍ମନିର୍ଭର ଭାରତର ମନ୍ଦିର ସଦୃଶ ଏହି ଭବନରେ ଦେଶର ବିବିଧତା ପ୍ରତିଫଳିତ ହେବ ବୋଲି କହିଛନ୍ତି ଓମ୍‌ ବିର୍ଲା । ନିର୍ମାଣ କାମ ଅକ୍ଟୋବର ୨୦୨୨ ସୁଦ୍ଧା ଶେଷ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.