ଭାରତରେ ଟିକା ପରୀକ୍ଷଣ ନେଇ ଅନୁମତି ମାଗିଲା “ଫାଇଜର” କମ୍ପାନୀ

କରୋନା ଟିକା ନେଇ ଆସିଛି ଆଉ ଏକ ବଡ଼ ଖବର । ଭାରତରେ ଫାଇଜର କମ୍ପାନୀ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି । କହିରଖିବା ଉଚିତ ହେବ କି ଭାରତରେ ଟିକା ପ୍ରୟୋଗ ଅନୁମତି ମାଗିବାରେ “ଫାଇଜର” ହେଉଛି ପ୍ରଥମ କମ୍ପାନୀ । ଡ୍ରଗସ୍‌ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆକୁ ଅନୁମତି ମାଗିଛି ଫାଇଜର । ରୁଷିଆରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଫାଇଜର ଅନୁମତି ମାଗିବା ଭାରତ ପାଇଁ ଏକ ଖୁସି ଖବର ଆଣିଦେଇଛି । ବର୍ଷ ଶେଷ ସୁଦ୍ଧା ୫କୋଟି ଟିକା ଉତ୍ପାଦନ କରିବ ବୋଲି ଲକ୍ଷ ରଖିଛି ଫାଇଜର । ୨୦୨୧ ଶେଷ ସୁଦ୍ଧା ୧୩୦ କୋଟି ଡୋଜ୍‌ ଉତ୍ପାଦନ କରିବ ବୋଲି କମ୍ପାନୀ କହିଛି । ଜରୁରୀ ଅନୁମତି ମିଳିବା କ୍ଷଣି ଟିକା ଆବଣ୍ଟନ ପାଇଁ ପ୍ରସ୍ତୁତ ଅଛି ଫାଇଜର। ତେଣୁ ଅନୁମତି ମିଳିଲେ ଡିସେମ୍ବର ସୁଦ୍ଧା ଟିକା ମିଳିବ ବୋଲି ଅନୁମାନ କରାଯାଉଛି । ଟିକା ବ୍ୟବହାରରେ ଅନୁମତି ମିଳିବା ଅତି ଆବଶ୍ୟକ ।

ଏହାଫଳରେ କୋଭିଡ୍‌ ଯୋଦ୍ଧା ଓ ହାଇରିସ୍କ ଜୋନ୍ରରେ ଥିବା ବ୍ୟକ୍ତି ବିଶେଷ ତୁରନ୍ତ ଏହାର ଫାଇଦା ପାଇପାରିବେ। ଫାଇଜର ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ଏହି ଟିକା ୯୫ ପ୍ରତିଶତ ସଫଳ। ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ତେଣୁ ଜରୁରୀକାଳିନ ବ୍ୟବହାର ପାଇଁ ଆବେଦନ କରିଛି ଫାଇଜର। ଏହି ଟିକାକୁ କିନ୍ତୁ ସଂରକ୍ଷିତ କରି ରଖିବାକୁ ଆବଶ୍ୟକ ମାଇନସ ୭୦ ଡିଗ୍ରୀ ସେଲସିୟସ ତାପମାତ୍ରା । ଏହି ଅଲଟ୍ରା ଲୋ ଫ୍ରିଜର ବ୍ୟବସ୍ଥା କାରଣରୁ ସମସ୍ତଙ୍କ ନିକଟରେ ଏହି ଟିକା ଯୋଗାଣ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଛିଡା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.