Below header

ଲିଙ୍ଗ ପରିବର୍ତ୍ତନ କରି ମହିଳା କନଷ୍ଟେବଳଙ୍କୁ ପୁରୁଷ ହେବାକୁ ଅନୁମତି ଦେଲେ ସରକାର

ମହିଳାଙ୍କୁ ମିଳିଲା ପୁରୁଷ ହେବାକୁ ଅନୁମତି । ହଁ ଆଜ୍ଞା ମଧ୍ୟପ୍ରଦେଶ ସରକାର ଦେଇଛନ୍ତି ଏହି ଅନୁମତି । ରତଲମ ଜିଲ୍ଲାରେ ନିଯୁକ୍ତିପ୍ରାପ୍ତ ଜଣେ ମହିଳା କନଷ୍ଟେବଳଙ୍କୁ ତାଙ୍କ ଇଚ୍ଛା ଅନୁସାରେ ପୁରୁଷ ହେବାକୁ ଏହିଭଳି ଏକ ଅନୁମତି ପ୍ରଦାନ କରିଛନ୍ତି ମଧ୍ୟପ୍ରଦେଶ ସରକାର ।

ଭୋପାଳ: ମହିଳାଙ୍କୁ ମିଳିଲା ପୁରୁଷ ହେବାକୁ ଅନୁମତି ।  ମଧ୍ୟପ୍ରଦେଶ ସରକାର ଦେଇଛନ୍ତି ଏହି ଅନୁମତି । ରତଲମ ଜିଲ୍ଲାରେ ନିଯୁକ୍ତିପ୍ରାପ୍ତ ଜଣେ ମହିଳା କନଷ୍ଟେବଳଙ୍କୁ ତାଙ୍କ ଇଚ୍ଛା ଅନୁସାରେ ପୁରୁଷ ହେବାକୁ ଏହିଭଳି ଏକ ଅନୁମତି ପ୍ରଦାନ କରିଛନ୍ତି ମଧ୍ୟପ୍ରଦେଶ ସରକାର । ଏହି ନିଆରା ନିଷ୍ପତ୍ତିକୁ ନେଇ ଗୃହ ବିଭାଗ ପକ୍ଷରୁ ସୋମବାର ଦିନ ଏକ ଆଦେଶ ଜାରି କରାଯାଇଥିଲା । ଯେଉଁଥିରେ ଏହି ଆଦେଶରେ ମହିଳା ପୋଲିସ୍‌ କନଷ୍ଟେବଳଙ୍କୁ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ଦିଆଯାଇଛି ।

ଗୃହ ବିଭାଗର ଆଦେଶ ଅନୁସାରେ, ରତଲମ୍‌ ଜିଲ୍ଳାର ମହିଳା ପୋଲିସ୍‌ କନଷ୍ଟେବଳ ଦୀପିକା କୋଠରୀଙ୍କୁ ନିଜର ଜେଣ୍ଡର୍‌ ଆଇଡେଣ୍ଟିଟି ଡିସଅର୍ଡର ପାଇଁ ପୁରୁଷ ହେବାକୁ ଅନୁମତି ମିଳିଛି । ଏ ସଂପର୍କରେ ମନୋଚିକିତ୍ସକ ଡକ୍ଟର ରାଜୀବ ଶର୍ମା ସୂଚନା ଦେଇଛନ୍ତି । ସେ ତାଙ୍କ ରିପୋର୍ଟରେ ମହିଳା କନଷ୍ଟେବଳଙ୍କ ଇଚ୍ଛାକୁ ଦର୍ଶାଇଛନ୍ତି । ଦୀପିକା କୋଠରୀ ୨୦୨୧-୨୨ ମସିହାରେ ନିଜର ଲିଙ୍ଗ ପରିବର୍ତ୍ତନ ପାଇଁ ଆବେଦନ କରିଥିବା ବେଳେ ଏବେ ତାଙ୍କୁ ଅନୁମତି ମିଳିଛି ।

ଦୀପିକା ରାଜ୍ୟ ସରକାରଙ୍କୁ ଏକ ଶପଥ ପତ୍ର ଦେଇ ଲିଙ୍ଗ ପରିବର୍ତ୍ତନ କରିବାକୁ ଗୁହାରି କରିଥିଲେ । ତାଙ୍କ ଆବେଦନର ଆଧାରକୁ ଭିତ୍ତି କରି ପୋଲିସ୍‌ ମୁଖ୍ୟାଳୟ ଆଇନ୍‌ ବିଭାଗର ପରାମର୍ଶ ନେଇଥିଲେ । ଏହାପରେ ତାଙ୍କୁ ପୁରୁଷ ହେବାକୁ ଅନୁମତି ପ୍ରଦାନ କରାଯାଇଛି ମହିଳାଙ୍କୁ ମିଳିଲା ପୁରୁଷ ହେବାକୁ ଅନୁମତି। ହଁ ଆଜ୍ଞା ମଧ୍ୟପ୍ରଦେଶ ସରକାର ଦେଇଛନ୍ତି ଏହି ଅନୁମତି । ରତଲମ ଜିଲ୍ଲାରେ ନିଯୁକ୍ତିପ୍ରାପ୍ତ ଜଣେ ମହିଳା କନଷ୍ଟେବଳଙ୍କୁ ତାଙ୍କ ଇଚ୍ଛା ଅନୁସାରେ ପୁରୁଷ ହେବାକୁ ଏହିଭଳି ଏକ ଅନୁମତି ପ୍ରଦାନ କରିଛନ୍ତି ମଧ୍ୟପ୍ରଦେଶ ସରକାର। । ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବା ପରେ ତାଙ୍କୁ ଜଣେ ମହିଳା କର୍ମଚାରୀ ଭାବେ ମିଳୁଥିବା ସେ ସମସ୍ତ ସୁବିଧା ଆଉ ମିଳିବ ନାହିଁ ବୋଲି ମଧ୍ୟ କୁହାଯାଇଛି ।

ଏପଟେ ସୂଚନା ଥାଉକି, ଏହାପୂର୍ବରୁ ୨୦୨୧ ମସିହାରେ ମଧ୍ୟପ୍ରଦେଶ ସରକାର ଜଣେ ମହିଳା କନଷ୍ଟେବଳଙ୍କୁ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ଅନୁମତି ଦେଇଥିଲେ । ଏପଟେ ଆଇନ ବିଭାଗର ପରାମର୍ଶ ପରେ ଏବଂ ସୁପ୍ରିମକୋର୍ଟଙ୍କ ରାୟ ଉପରେ ବିଚାର କରିବା ପରେ ଯାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.