Below header

Aptech ର ଏମଡି ତଥା ସିଇଓ ଅନିଲ ପନ୍ତଙ୍କ ପରଲୋକ, ଅସୁସ୍ଥତା କାରଣରୁ ଜୁନରୁ ଛୁଟିରେ ଥିଲେ

କମ୍ପ୍ୟୁଟର କମ୍ପାନୀ Aptech ର ମ୍ୟାନେଜିଂ ଡିରେକ୍ଟର ତଥା ସିଇଓ ଅନିଲ ପନ୍ତଙ୍କ ବିୟୋଗ । ୧୫ ଅଗଷ୍ଟରେ ଅନିଲ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ଜୁନରୁ ଛୁଟିରେ ଥିଲେ । ଆପଟେକରେ ଝୁନଝୁନବାଲା ପରିବାରର ଅଂଶ ରହିଛି ।

କମ୍ପ୍ୟୁଟର କମ୍ପାନୀ Aptech ର ମ୍ୟାନେଜିଂ ଡିରେକ୍ଟର ତଥା ସିଇଓ ଅନିଲ ପନ୍ତଙ୍କ ପରଲୋକ ହୋଇଛି । ୧୫ ଅଗଷ୍ଟରେ ଅନିଲ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି କମ୍ପାନୀର ଷ୍ଟକ ଏକ୍ସଚେଞ୍ଚ ଫାଇଲିଂ କହିଛି । ଅନିଲଙ୍କ ଅଭାବ ଆପଟେକ ଟିମକୁ ନିଶ୍ଚିତ ଭାବେ ପଡିବ ।

ଚଳିତବର୍ଷ ଜୁନରେ ଆପଟେକ୍‌ କହିଥିଲା, ଅନିଲଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହେବା ଯୋଗୁଁ ସେ ଅନିଶ୍ଚିତତା କାଳ ପାଇଁ ଛୁଟି ନେଇଥିଲେ । ଜୁନ୍‌ ୧୯ରେ କମ୍ପାନୀ ଏକ ବୈଠକ କରିଥିଲା । କମ୍ପାନୀରେ ସୁଚାରୁରୂପେ କାମକରିବା ଏବଂ ସଂଚାଳନକୁ ସଠିକ ଭାବେ ଚଲାଇବା ପାଇଁ ବୋର୍ଡ ଚୟନିତ ସଦସ୍ୟ ଏବଂ ବରିଷ୍ଠ ଲୋକେ ସାମିଲ ଥିଲେ ।

୨୦୧୬ରେ ଅନିଲ ପନ୍ତ ଆପଟେକର ଏମଡି ଏବଂ ସିଇଓ ହେହାଇଥିଲେ । ଏହା ପୂର୍ବରୁ ଅନିଲ ଟିସିଏସ ଏବଂ ସିଫି ଟେକ୍ନୋଲୋଜି କମ୍ପାନୀରେ କାମ କରୁଥିଲେ । ଅନିଲ ବିଏମଏସ କଲେଜ ଅଫ ଇଂଜିନିୟରିଂରେ ବ୍ୟାଚଲର ଅଫ ଇଂଜିନିୟରି ଏବଂ ମାଲେସିଆରେ ଲିଙ୍କନ ୟୁନିଭରସିଟି କଲେଜରୁ ଆଇଟିରେ ପିଏଚଡି କରିଥିଲେ । ଆପଟେକରେ ଝୁନଝୁନବାଲା ପରିବାରର ଅଂଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.