ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ତଥା Big Boss ବିଜେତା ଏଲବିସ ଯାଦବଙ୍କ ସମ୍ପତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, କୋଟିପତି ହୋଇ ମଧ୍ୟ ବିନା ସ୍ୱାର୍ଥରେ କରନ୍ତି ଲୋକଙ୍କ ସେବା

ବିଗ୍ ବସ୍ ଓଟିଟି ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ଭାବେ ଏଣ୍ଟ୍ରି ମାରିଥିବା ଏଲବିସ ଯାଦବ ଲୋକପ୍ରିୟ ରିଆଲିଟି ସୋ' ବିଗ ବସର ୱିନର ହୋଇଛନ୍ତି । ବିଗବସର ଦୀର୍ଘ ସତର ବର୍ଷର ରେକର୍ଡକୁ ଭାଙ୍ଗି ଏବେ ସବୁଠି ଚର୍ଚ୍ଚା ଅଛନ୍ତି ଏଲବିସ। ବିଗବସର ହିଷ୍ଟ୍ରିକୁ ଦେଖିଲେ ଆଜି ଯାଏ କେହି ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ସୋ କୁ ଜିତି ନଥିଲେ।

ପପୁଲାର ସୋ ‘ବିଗ୍‌ ବସ୍‌ ଓଟିଟି ୨’ କୁ ମିଳିଯାଇଛି ତାହାର ବିଜେତା । ପ୍ରଥମ ଥର ପାଇଁ ‘ବିଗ୍‌ ବସ୍‌’ ରେକର୍ଡ ଭାଙ୍ଗିଛି ଏଥରର ଓ୍ଵାଇଲ୍ଡ କାର୍ଡ ଏଣ୍ଟ୍ରି । ୟୁଟ୍ୟୁବର ଏଲବିସ ଯାଦବ ବନିଛନ୍ତି ସୋ’ର ବିଜେତା । ଏଲବିସ ଯାଦବ ବିଗ୍‌ ବସ୍‌ ର ଟ୍ରଫିକୁ ହାତେଇବା ସହ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ବିଗବସର ପୁରା ସିଷ୍ଟମକୁ ଏଥର ଦୋହଲାଇ ଦେଇଛନ୍ତି ବିଜେତା ଏଲବିସ ଯାଦବ।

ବିଗ୍ ବସ୍ ଓଟିଟି ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ଭାବେ ଏଣ୍ଟ୍ରି ମାରିଥିବା ଏଲବିସ ଯାଦବ ଲୋକପ୍ରିୟ ରିଆଲିଟି ସୋ’ ବିଗ ବସର ୱିନର ହୋଇଛନ୍ତି । ବିଗବସର ଦୀର୍ଘ ସତର ବର୍ଷର ରେକର୍ଡକୁ ଭାଙ୍ଗି ଏବେ ସବୁଠି ଚର୍ଚ୍ଚା ଅଛନ୍ତି ଏଲବିସ। ବିଗବସର ହିଷ୍ଟ୍ରିକୁ ଦେଖିଲେ ଆଜି ଯାଏ କେହି ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ସୋ କୁ ଜିତି ନଥିଲେ। ଏମିତିକି ଏଲବିସ ଘରକୁ ଏଣ୍ଟ୍ରି ମାରିବା ସମୟରେ ଫୁକ୍ରା ଇନସାନ ଅଭିଷେକ ମଧ୍ୟ ତାଙ୍କୁ କହିଥିଲେ, ”ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ କେବେ ବି ସୋ ଜିତିପାରିବେନି । ଆମେ ସୋ ର ଆରମ୍ଭରୁ ରହି ଦର୍ଶକଙ୍କ ମନରେ ରହିଥାଉ । ସେହି ସ୍ଥାନ କୁ ‘ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ନେଇପାରିବ ନାହିଁ । ତେଣୁ ଏଲବିସ ଏହି ସୋ କୁ ଜିତିପାରିବ ନାହିଁ ”। ଏ କଥା ସେ ତାଙ୍କ ମା’ ଙ୍କ ସହ ବି ଆଲୋଚନା କରିଥିଲେ । ଜଣେ ୱାଇଲ୍ଡ କାର୍ଡ କଣ୍ଟେଷ୍ଟାଣ୍ଟ ସୋ’ ର ବିଜେତା ହେବାରେ ଏହା ହେଉଛି ପ୍ରଥମ ଘଟଣା । ସୋ’ କୁ ଆସିବା ପରେ ଏଲବିସ ସବୁ ଦର୍ଶକଙ୍କ ମନ ଜିତିଥିଲେ। ତାଙ୍କ ସୁଷ୍ଟମ ପୁରା ବିଗବସର ସିଷ୍ଟମକୁ ଦୋହଲାଇଦେଲା । ତାଙ୍କର One Line ସମସ୍ତଙ୍କୁ ଏତେ ପସନ୍ଦ ଆସିଲା ଯେ ସୋ କୁ ଜିତି ସିଧା ରେକର୍ଡ ଭାଙ୍ଗିଦେଲେ ।

ହରିୟାଣା ଗୁରୁଗ୍ରାମର ବାସିନ୍ଦା ୨୪ ବର୍ଷୀୟ ଏଲବିସ ଯାଦବ। ଜଣେ ଜଣାଶୁଣା ଲୋକପ୍ରିୟ ୟୁଟ୍ୟୁବର ଓ ସୋସିଅଲ ମିଡିଆ ଇନଫ୍ଲୁଏନ୍ସର ଭାବେ ତାଙ୍କ ଫ୍ୟାନ ଫଲୋଇଙ୍ଗ ବେଶ ଅଧିକ । ସୋ କୁ ଆସିବା ପରେ ସୋସିଆଲ ମିଡ଼ିଆରେ ତାଙ୍କ କ୍ରେଜ ବଢିବାକୁ ଲାଗିଥିଲା। ଫୁକ୍ରା ଇନସାନ ଠୁ ବି ଅଧିକ ଏଲବିସ ଙ୍କୁ ପସନ୍ଦ କରୁଥିଲେ ଦର୍ଶକ । ତାଙ୍କର କୁଲ ଅନ୍ଦାଜ ସମସ୍ତଙ୍କୁ ଘାଇଲା କରିଥିଲା ।

1 day news

୨୦୧୬ରେ ୟୁଟ୍ୟୁବ ଯାତ୍ରା ଆରମ୍ଭ କରିଥିବା ଏଲବିସ ଆଜି ଦିନରେ ଜଣେ ପପୁଲାର ସୋସିଆଲ ମିଡିଆ ଷ୍ଟାର । ୟୁଟ୍ୟୁବ ଜରିଆରେ ଏଲବିସ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁୁଛନ୍ତି ।

ପ୍ରାଇସ ମନି ହାତେଇବାପରେ ନିଜ ଟ୍ରଫିକୁ ସେ ଅଭିଷେକ ଓ ମନୀଷା ରାନିଙ୍କୁ ଦେଇଥିଲେ । ତାଙ୍କର ଏହି ଅନ୍ଦାଜ ସମସ୍ତଙ୍କୁ ଭଲ ଲାଗିଥିଲା । ତେବେ ଏଲବିସଙ୍କ ନିଜସ୍ୱ ରୋଜଗାର ଆଗରେ ଏହା କିଛି ବଡ ନୁହେଁ । କିନ୍ତୁ ବିଗ୍ ବସରେ ଏଲବିସଙ୍କ ଜିତା ତାଙ୍କ ଫ୍ୟାନ ବେସକୁ ଅଧିକ ମଜବୁତ୍ କରିଛି । ତାଙ୍କୁ ଆହୁରି ଲୋକପ୍ରିୟ କରିଦେଇଛି । ଏହା ବ୍ୟତୀତ ସେ ନିଜ ଲାଇଫଷ୍ଟାଇଲ ଓ ମହଙ୍ଗା ଗାଡି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ପାଖରେ ଏକାଧିକ ଲଗଜୁରୀ ଗାଡିର କଲେକ୍ସନ୍ ରହିଛି। ତାଙ୍କ ଘର ପୁରା ରାଜଉଆସ ଭଳି । ତେବେ ଏସବୁ ସେ ୟୁଟ୍ୟୁବରୁ ହୋଇଥିବା ରୋଜଗାରରୁ କରିଛନ୍ତି ବୋଲି କହିଛନ୍ତି ।

ଏଲବିସଙ୍କ କାର କଲେକ୍ସନରେ ରହିଛି Porsche 718 Boxster ଯାହାର ଦାମ 1.41 କୋଟି ଟଙ୍କା ଏହାସହ Hyundai Verna, ଟୋୟୋଟା ଫର୍ଚୁନର ପରି ଦାମୀ ଗାଡି । ନିକଟରେ ଏଲବିସ ଗୁଡଗାଓଁରେ ୪ ମହଲା ବିଶିଷ୍ଟ ଘର କିଣିଛନ୍ତି, ଯାହାର ଦାମ 12 ରୁ 14 କୋଟି ହେବ । ୟୁଟ୍ୟୁବ ବ୍ୟତୀତ ଏଲବିସଙ୍କ ଅନ୍ୟ ସୋର୍ସ ରୁ ବି ରୋଜଗାର କରନ୍ତି । ଏଥିରେ ମାସିକ ରୋଜଗାର ୧୦ରୁ ୧୫ ଲକ୍ଷ ହେବ । ତାଙ୍କର ଏକ Clothing Brand ବି ଅଛି ଯାହାର ନାମ ସେ Systumm_Clothing ରଖିଛନ୍ତି। ଏଭଳି ତାଙ୍କ ନେଟଓର୍ଥ ୪୦ କୋଟିରୁ ଅଧିକ ରହିଛି ।

ୟୁଟ୍ୟୁବ୍ ରେ ତାଙ୍କର ତିନୋଟି ଚାନେଲ ଅଛି । ୟୁଟ୍ୟୁବ କ୍ରିଏଟର୍ସ କଣ୍ଟେଣ୍ଟରୁ ତାଙ୍କୁ ସବାଧିକ ରେଭିନ୍ୟୁ ମିଳେ । ‘ଏଲବିସ ଯାଦବ ବ୍ଲଗ୍ସ’ ରେ ପ୍ରତିଦିନ ଅପଡେଟ୍ସ ବ୍ଳଗ୍ ପୋଷ୍ଟ କରନ୍ତି । ‘ଏଲବିସ ଯାଦବ’ ସର୍ଟ ଫିଲ୍ମ ମଧ୍ୟ ପୋଷ୍ଟ କରନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୧୩ ମିଲିଅନ୍ ଫଲୋଅର୍ସ ଅଛନ୍ତି ।

ରୟାଲ ଲାଇଫ ଷ୍ଟାଇଲ ମେଣ୍ଟେନ କରୁଥିବା ଏଲବିସଙ୍କର ଗୋଟିଏ ଚାରିଟି ମଧ୍ୟ ରହିଛି , ଯାହା ମାଧ୍ୟମରେ ସେ ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତି । ଲଗଜରୀ ଗାଡିକୁ ଭଲ ପାଉଥିବା ଏଲବିସ କୌଣସି କଥାକୁ ନେଇ ଗର୍ବ କରନ୍ତି ନାହିଁ । ଏବେ ବିଗ ବସରେ ତାଙ୍କର ଜିତକୁ ତାଙ୍କୁ ଆହୁରି ଲୋକପ୍ରିୟ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.