Below header

ଘରେ ଥିଲା ବିବାହ, ନାତି ମୁର୍ଦ୍ଦାଘରେ ରଖିଦେଇ ଆସିଲା ଜେଜେମା’ର ମୃତଦେହ…ଆଉ କହିଲା, ୩ ଦିନ ପରେ ନେଇଯିବି

ଉତ୍ତର ପ୍ରଦେଶର ମୁଜଫର୍‌ନଗରରୁ ଅତି ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ, ସତରେ ଏହା ଘୋର୍‌ କଳିଯୁଗ।

ଉତ୍ତର ପ୍ରଦେଶର ମୁଜଫର୍‌ନଗରରୁ ଅତି ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ, ସତରେ ଏହା ଘୋର୍‌ କଳିଯୁଗ। ଏଠି ଜଣେ ନାତି ନିଜ ଜେଜେମା’ଙ୍କ ମୃତ୍ୟୁରେ ଶୋକ କରିବା ପରିବର୍ତ୍ତେ ମୃତଦେହକୁ ମୁର୍ଦ୍ଦାଘରେ ରଖି ଚାଲିଆସିଛି। ସେଠାରେ ଏକ ଲେଟର୍‌ ବି ଛାଡ଼ିଛି, ଯେଉଁଥିରେ ଲେଖାହୋଇଛି, ‘ଏବେ ଘରେ ବିବାହ ଅଛି, ୩ ଦିନ ପରେ ଆସି ମୃତଦେହ ନେଇଯିବି’।

ବୃଦ୍ଧା ମହିଳାଙ୍କ ମୃତଦେହ ସହିତ ଏଭଳି ଅମାନବୀୟ ବ୍ୟବହାର ବିଷୟରେ ଯିଏ ଜାଣୁଛି, ସିଏ ଲଜ୍ଜା ଅନୁଭବ କରୁଛି। ଜଣାପଡ଼ିଛି ଯେ ଘରେ ବିବାହ ସମାରୋହ ଥିବା କାରଣରୁ ପୁଅ ଓ ନାତି ମିଶି ନିଜର ବୃଦ୍ଧା ମା’ଙ୍କ ମୃତଦେହକୁ ମୁର୍ଦ୍ଦାଘରେ ଛାଡ଼ି ଦେଇଥିଲେ। ବିବାହ ଉତ୍ସବରେ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ ସେମାନେ ମହିଳାଙ୍କ ମୃତଦେହକୁ ଏକ ଘରୋଇ ନର୍ସିଂହୋମ୍‌ର ମୁର୍ଦ୍ଦାଘରେ ରଖିଥିଲେ।

ଏହି ମାମଲାରେ ବୃଦ୍ଧାଙ୍କ ନାତି ନର୍ସିଂହୋମ୍‌ର ମୁର୍ଦ୍ଦାଘରେ ଲେଟର ପ୍ୟାଡ୍‌ରେ ଯାହା ଲେଖିଛନ୍ତି, ତାହା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ନାତି ଜଣକ ଲେଖିଛି ଯେ ଘରେ ବିବାହ ଉତ୍ସବ ଅଛି। ଏଥିପାଇଁ ସେ ନିଜ ଜେଜେମା’ଙ୍କ ମୃତଦେହକୁ ହସ୍ପିଟାଲର ମୁର୍ଦ୍ଦାଘରେ ରଖୁଛନ୍ତି। ୩ ଦିନ ପରେ ସେ ମୃତଦେହ ନେଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.