ବିଜୁଳି କାଟ ସମସ୍ୟା-“ସୋସିଆଲ୍‌ ମିଡିଆରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ନେଇ ସମାଧାନ କର”: ମୁଖ୍ୟ ଶାସନ ସଚିବ

ବିଜୁଳି କାଟ ସମସ୍ୟା ନେଇ ଆଜି ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଜୁଳି କାଟ ସମସ୍ୟାକୁ ଦୂର କରିବା ପାଇଁ ତତକାଳ ପଦକ୍ଷେପ ନେବା ପାଇଁ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ୱର (କେନ୍ୟୁଜ): ବିଜୁଳି କାଟ ସମସ୍ୟା ନେଇ ଆଜି ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଜୁଳି କାଟ ସମସ୍ୟାକୁ ଦୂର କରିବା ପାଇଁ ତତକାଳ ପଦକ୍ଷେପ ନେବା ପାଇଁ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଶକ୍ତି ବିଭାଗ ଓ ବିତରଣ କମ୍ପାନୀ ମଧ୍ୟରେ ସମନ୍ଵୟ ରଖି ବିଦ୍ୟୁତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୋସିଆଲ୍‌ ମିଡିଆରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ନେଇ ଯଥାଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନୀର CEO ଓ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବାରମ୍ବାର ବିଜୁଳି କାଟ ଜନିତ ସମସ୍ୟାର ସମାଧାନ ନେଇ ସମୀକ୍ଷା କରିଥିଲେ ମୁଖ୍ୟ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.