Below header

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୁଦ୍ଧରେ ଏତଲା, ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଓଡ଼ିଆ ଗାୟିକା

ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଥିବା ଜଣାଯାଇଛି। ପୀଡ଼ତା ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ଅଭିଯୋଗ କରିଛନ୍ତି କଣ୍ଠଶିଳ୍ପୀ।

କଟକ (କେନ୍ୟୁଜ): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଥାନାରେ ଏତଲା । ମହିଳା ଥାନାରେ ଅଭିଯୋଗ କରିଛନ୍ତି ଜଣେ ମହିଳା କଣ୍ଠଶିଳ୍ପୀ । ମିଛ ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ଅଭିଯୋଗ କରିଛନ୍ତି କଣ୍ଠଶିଳ୍ପୀ। ତାଙ୍କ କହିବା ଅନୁଯାୟୀ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। କଣ୍ଠଶିଳ୍ପୀଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଟକ ମହିଳା ଥାନାରେ ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ସୌରିନଙ୍କ ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.