Below header

ମଣିପୁର ହିଂସା: ଗ୍ରାମ୍ୟ ବିକାଶ ମନ୍ତ୍ରୀଙ୍କ ଘର ବାହାରେ ଗ୍ରେନେଡ୍‌ ଆକ୍ରମଣ, ସିଆର୍‌ପିଏଫ୍‌ ଯବାନ ଆହତ

ମଣିପୁରରେ ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। କ୍ରମାଗତ ଭାବେ ସେଠାରେ ହିଂସାକାଣ୍ଡ ଘଟି ଚାଲିଛି। ଉଗ୍ରବାଦୀମାନେ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ଲଗାତାର ଟାର୍ଗେଟ୍‌ କରୁଛନ୍ତି। ଏବେ ଇମ୍ଫାଲ ପଶ୍ଚିମରେ ରାଜ୍ୟ ଗ୍ରାମ୍ୟ ବିକାଶ ମନ୍ତ୍ରୀ ଓ୍ଵାଇ ଖେମଚାନ୍ଦଙ୍କ ଘର ବାହାରେ ଗ୍ରେନେଡ ଆକ୍ରମଣ ହୋଇଛି।

ମଣିପୁରରେ ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। କ୍ରମାଗତ ଭାବେ ସେଠାରେ ହିଂସାକାଣ୍ଡ ଘଟି ଚାଲିଛି। ଉଗ୍ରବାଦୀମାନେ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ଲଗାତାର ଟାର୍ଗେଟ୍‌ କରୁଛନ୍ତି। ଏବେ ଇମ୍ଫାଲ ପଶ୍ଚିମରେ ରାଜ୍ୟ ଗ୍ରାମ୍ୟ ବିକାଶ ମନ୍ତ୍ରୀ ଓ୍ଵାଇ ଖେମଚାନ୍ଦଙ୍କ ଘର ବାହାରେ ଗ୍ରେନେଡ ଆକ୍ରମଣ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ସିଙ୍ଗଜାମେଇରେ ରହିଛି ଗ୍ରାମ୍ୟ ବିକାଶ ମନ୍ତ୍ରୀ ଓ୍ଵାଇ ଖେମଚାନ୍ଦଙ୍କ ଘର। ଶନିବାର ବିଳମ୍ବିତ ରାତିରେ ସେଠାରେ କିଛି ଉଗ୍ରବାଦୀ ଆସିଥିଲେ ଏବଂ ଗ୍ରେନେଡ ଫିଙ୍ଗି ଫେରାର୍‌ ହୋଇଯାଇଥିଲେ। ଏହି ଘଟଣାରେ ଜଣେ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଛନ୍ତି। ଯବାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।

ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସୂଚନା ପାଇ ରାଜ୍ୟ ମୁଖ୍ୟମନ୍ତ୍ରୀ ବିରେନ ସିଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ମଣିପୁରର ମାନବାଧିକାର କର୍ମୀ ବବଲୁ ଲିଥୋଙ୍ଗବମ୍‌ଙ୍କୁ ଲଗାତାର ଧମକ ମିଳୁଛି, ଯାହାକୁ ନେଇ ୟୁନାଇଟେଡ୍‌ ନେସନ୍ସ ହ୍ୟୁମାନ ରାଇଟ୍ସ କମିଶନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାସହିତ ତାଙ୍କୁ ସୁରକ୍ଷା ଯୋଗାଇବାକୁ ସରକାରଙ୍କୁ କହିଛନ୍ତି।

କହି ରଖୁଛୁ, ମଣିପୁରରେ ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମେ’ ୩ରୁ ଏଠାରେ ହିଂସା ଜାରି ରହିଛି। ଦୁଇ ଦିନ ତଳେ ରାଜ୍ୟର ଇମ୍ଫାଲ୍‌ ପଶ୍ଚିମ ଜିଲ୍ଲାରେ ଦୁଇଟି ଘରେ ନିଆଁ ଲଗାଇ ଦିଆଯାଇଥିଲା। ସେଠାରେ ଅନେକ ରାଉଣ୍ଡ୍‌ ଗୁଳି ମଧ୍ୟ ଚଳାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.