ଇଣ୍ଡିଆନ ଏୟାରଫୋର୍ସକୁ ମିଳିଲା ନୂଆ ଧ୍ୱଜ, ପୁରୁଣାରେ ଯୋଡାଗଲା ହିମାଳୟନ ଇଗଲ ଏବଂ ଅଶୋକ ସ୍ତମ୍ଭ

ବାୟୁସେନା ଦିବସ ଅବସରରେ ନୂଆ ଧ୍ୱଜକୁ ଉନ୍ମୋଚନ କରାଯାଇଛି । ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ ପ୍ରତୀକ ଉନ୍ମୋଚନ କରିଛନ୍ତି । ଏଥିରେ ଦେବାନଗରୀ ଅକ୍ଷରରେ "ଭାରତୀୟ ବାୟୁ ସେନା" ଲେଖା ଯାଇଛି । ଆଇଏଏଫର ମୂଳ ଲକ୍ଷ୍ୟ "ନବଃ ସ୍ପର୍ଶମ୍ ଦୀପ୍ତମ୍" ହିମାଳୟ ଇଗଲ ତଳେ ସୁବର୍ଣ୍ଣ ଦେବନାଗରୀରେ ଲେଖାଯାଇଛି ।

ଭାରତୀୟ ବାୟୁସେନା ଆଜି ପାଳୁଛି ୯୧ ତମ ବାର୍ଷିକ ଉତ୍ସବ ପାଳନ କରୁଛି । ଏହି ଅବସରରେ ବାୟୁସେନାର ନୂଆ ପ୍ରତୀକକୁ ଉନ୍ମୋଚନ କରାଯାଇଛି । ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ ପ୍ରତୀକ ଉନ୍ମୋଚନ କରିଛନ୍ତି । ବାୟୁସେନାର ନୂଆ ଧ୍ୱଜକୁ ପ୍ରୟାଗରାଜର ବମରଉଲି ବାୟୁସେନା ଷ୍ଟେସନରେ ଉନ୍ମୋଚନ କରାଯାଇଛି ।

ନୂଆ କରି ଉନ୍ମୋଚିତ ହୋଇଥିବା ପ୍ରତୀକରେ ହିମାଳୟୀ ଇଗଲକୁ ଘେରି ରହିଥିବା ହାଲୁକା ନୀଳ ରଙ୍ଗର ଏକ ରିଙ୍ଗ୍ ରହିଛି। ଏଥିରେ ଦେବାନଗରୀ ଅକ୍ଷରରେ “ଭାରତୀୟ ବାୟୁ ସେନା” ଲେଖା ଯାଇଛି। ଆଇଏଏଫର ମୂଳ ଲକ୍ଷ୍ୟ “ନବଃ ସ୍ପର୍ଶମ୍ ଦୀପ୍ତମ୍” ହିମାଳୟ ଇଗଲ ତଳେ ସୁବର୍ଣ୍ଣ ଦେବନାଗରୀରେ ଲେଖାଯାଇଛି। ଭାରତୀୟ ବାୟୁସେନାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଏହି ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ଏହା ଏୟାର୍ ଫୋର୍ସ କ୍ରିଷ୍ଟ୍, ପତାକାର ଉପର ଡାହାଣ କୋଣରେ ପ୍ରତିଫଳିତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ଭାରତୀୟ ବାୟୁସୈନ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସେମାନଙ୍କ ପରାକ୍ରମକୁ ପ୍ରଶଂସିତ କରିଛନ୍ତି ।

ଭାରତୀୟ ବାୟୁସେନା ମିଗ-୨୧ ଲଢୁଆ ବିମାନ ଚଳିତବର୍ଷ ଶେଷ ଥର ପାଇଁ ପ୍ରୟାଗରାଜ ଭାରତୀୟ ବାୟସେନା ଦିବସରେ ଭାଗ ନେଇଛି । ଏହି ସମାରୋହରେ ପାଖାପାଖି ୧୧୦ ବିମାନ ସାମିଲ ରହିଛି । ଏଥିରେ ଭାରତୀୟ ବାୟୁ ସେନାର C-295 ପରିବହନ ବିମାନ ସାମିଲ ରହିଛି । ବିମାନ ପ୍ରଦର୍ଶନରେ ରାଫେଲ, ସୁଖୋଇ-୩୦, ମିରାଜ-୨୦୦୦, ମିଗ୍‌-୨୯, ଜଗୁଆର, ଏଲସିଏ ତେଜସ, C-17s, C-130Js, IL-76s, AN-32s ଚିନୁକ, ଅପାଚେ ଏବଂ ହକ୍ସ ସାମିଲ ଥିଲା ।