Below header

ଘଟଗାଁ ବାରବାଙ୍କ ଜଙ୍ଗଲରେ ପୁଣି ବାଘ ଆତଙ୍କ, ୪ ଛେଳିଙ୍କୁ ମାରି ଖାଇଗଲା

ରଜାବନ୍ଧ ସାହିର ବାସନ୍ତୀ ଓ ଲମ୍ବୋଧର ମୁଣ୍ଡା ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ବର୍ଷା ହେବାରୁ ସେମାନେ ଛେଳି ଛାଡ଼ି ଦେଇ ପଳାଇ ଆସିଥିଲେ। ଶନିବାର ସକାଳେ ଜଙ୍ଗଲକୁ ଯିବା ପରେ ଛେଳିଙ୍କ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ ।

ଘଟଗାଁ(କେନ୍ୟୁଜ୍): ଘଟଗାଁରେ ପୁଣି ବାଘ ଆତଙ୍କ । କେନ୍ଦୁଝର ଘଟଗାଁ ଢେଙ୍କିକୋଟ ସେକ୍ସନ କାଳୀମାଟି ଡ୍ୟାମ ବାରବାଙ୍କ ଜଙ୍ଗଲରେ ବାଘ ଆତଙ୍କ । ଜଙ୍ଗଲରେ ବାଘ ଆକ୍ରମଣରେ ୪ ଛେଳି ମୃତ । କିଛି ଛେଳିଙ୍କ ମିଳୁନି ପତ୍ତା । ରଜାବନ୍ଧ ସାହିର ବାସନ୍ତୀ ଓ ଲମ୍ବୋଧର ମୁଣ୍ଡା ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ବର୍ଷା ହେବାରୁ ସେମାନେ ଛେଳି ଛାଡ଼ି ଦେଇ ପଳାଇ ଆସିଥିଲେ। ଶନିବାର ସକାଳେ ଜଙ୍ଗଲକୁ ଯିବା ପରେ ଛେଳିଙ୍କ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ । ସୂଚନା ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନ ଚିହ୍ନଟ କରିଛି । ଛେଳିକୁ ବାଘ ଖାଇଥିବା ସନ୍ଦେହ କରି ବନବିଭାଗ ମାଇକ୍ ଜରିଆରେ ଆଖପାଖ ଅଞ୍ଚଳରେ ଲୋକଙ୍କୁ ଜଙ୍ଗଲକୁ ନ ଯିବାକୁ ସଚେତନ କରିଛି ।

ଅଟେଇ ଜଙ୍ଗଲରେ କିଛି ମାସ ତଳେ ମହାବଳ ବାଘ ଥିବା ବନବିଭାଗ ସ୍ପଷ୍ଟ କରି ଏହାର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। ପାଖାପାଖି ୫୦ଟି ଟ୍ରାପ୍ କ୍ୟାମେରା ଲଗାଇବା ସହ ଜଙ୍ଗଲ ରାସ୍ତାଗୁଡ଼ିକ ସିଲ୍ କରିଥିଲା । ତେବେ ପୂର୍ବରୁ ଜଙ୍ଗଲକୁ ଚରିବାକୁ ଯାଇଥିବା କେତେକ ଗୋରୁଙ୍କୁ ଆକ୍ରମଣ କରି ବାଘ ମାରି ଦେଇଥିଲା। ପୁଣି ବାଘଟି ଦୀର୍ଘ ମାସ ପରେ ଛେଳି ମାରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.