Below header

୨୦୨୨ ହଜ ଯାତ୍ରା ପାଇଁ କେନ୍ଦ୍ର ସରକାର ଜାରି କଲେ ଚୟନ ପ୍ରକ୍ରିୟା ଓ ଅନଲାଇନ୍‌ ଆବେଦନ ତାରିଖ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ୨୦୨୨ ହଜ ଯାତ୍ରା ପାଇଁ ଚୟନ ପ୍ରକ୍ରିୟା ଓ ଅନଲାଇନ୍‌ ଆବେଦନ ତାରିଖ ସମ୍ପର୍କରେ ଘୋଷଣା କରିଛନ୍ତି । ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ ନେଇଛନ୍ତି ଓ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପାଳନ କରିଛନ୍ତି ସେମାନଙ୍କୁ ହିଁ ହଜ ଯାତ୍ରା ପାଇଁ ଅନୁମତି ମିଳିବ । ଆଜି ଏମିତି କହିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ୍‌ ନକଭି ।

ହଜ୍‌ ପାଇଁ ଆବଶ୍ୟକୀୟ ଗାଇଡଲାଇନ ଉଭୟ ଭାରତ ଓ ସାଉଦ ଆରବ ସରକାରଙ୍କ ଦ୍ୱାରା ନିର୍ଣ୍ଣୟ ନିଆଯିବ । ଯେଉଁମାନେ ଗାଇଡଲାଇନ ଅନୁଯାୟୀ ଆସୁଥିବେ ସେମାନେ ହଜ ଯାତ୍ରା ପାଇଁ ଅନୁମତି ପାଇପାରିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନକଭି ।

ହଜ୍ ଯାତ୍ରା ପାଇଁ ଖୁବ୍‌ ଶୀଘ୍ର ଅନଲାଇନ ଆବେଦନ ପକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ଅବାସ ନକଭୀ ଏକ ସମୀକ୍ଷା ବୈଠକରେ ଏହା କହିଛନ୍ତି। ସବୁ ଯାତ୍ରୀମାନଙ୍କୁ ଖୁବ୍ ଶୀଘ୍ର ଡିଜିଟାଲ ହେଲଥ୍ କାର୍ଡ ପ୍ରଦାନ କରାଯିବ।ଏହା ସହ ମକ୍କା ଓ ମଦିନା ସହରରେ ଥିବା ଗମନା ଗମନ ସମ୍ପର୍କରେ ଅନଲାଇନ ଜାଣି ହେବ। ହଜ ପକ୍ରିୟା ଡଜିଟାଲାଇଜ ହେବ ବୋଲି ଜଣାପଡ଼ିଛି।

ହଜ ୨୦୨୨ ର ଗାଇଡଲାଇନ ନେଇ ନଭେମ୍ବର ପ୍ରଥମ ସପ୍ତାହରେ ସରକାରୀ ଭାବେ ଘୋଷଣା ହେବ । ଏହାପରେ ଅନଲାଇନ ଆବେଦନ ପ୍ରକ୍ରିୟା ଚାଲିବ ବୋଲି ମନ୍ତ୍ରୀ ଅବାସ କହିଛନ୍ତି । ଅବାସ ଆହୁରି କହିଥିଲେ ଯେ ୨୦୨୦-୨୧ ରେ ପ୍ରାୟ ୩ ହଜାର ମହିଳା ବିନା ‘ମେହରମ’ (ସହାୟତା) ରେ ହଜ ଯାତ୍ରା ପାଇଁ ଆବେଦନ କରିଛନ୍ତି ।

ସେମାନଙ୍କର ଆବେଦନକୁ ମଧ୍ୟ ୨୦୨୨ ପାଇଁ ବିଚାର କରାଯିବ ଯଦି ସେମାନେ ହଜ ଯିବାକୁ ଚାହାଁନ୍ତି । ଅନ୍ୟ ମହିଳାମାନେ ମଧ୍ୟ ୨୦୨୨ ହଜ ପାଇଁ ବିନା ସହାୟତାରେ ଆବେଦନ କରିପାରିବେ ବୋଲି ଅବାସ କହିଛନ୍ତି । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତର ହଜ କମିଟି, ସାଉଦ ଆରବ ସ୍ଥିତ ଭାରତୀୟ ଦୁତାବାସ ଓ ଜେଧା ଠାରେ ଅବସ୍ଥିତ ଭାରତୀୟ କନ୍‌ସଲ ଜେନେରାଲ ମିଳିତ ଭାବେ ହଜ ଯାତ୍ରା ପାଇଁ ଗାଇଡଲାଇନର ନିଷ୍ପତ୍ତି ନେବେ ବୋଲି ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.