Below header

ଏମିତି ବି ଆସେ ମୃତ୍ୟୁ: ଲୋକଙ୍କୁ ହେଲ୍‌ଥ ଟିପ୍ସ ଦେଉ ଦେଉ ମଞ୍ଚରେ ଟଳିପଡ଼ିଲେ କମ୍ପାନୀର ସିଇଓ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ କମ୍ପାନୀର ଚେୟାରମ୍ୟାନ୍‌ ଷ୍ଟେଜ୍‌ରେ ଲମ୍ବା ଜୀବନ ଜିଇଁବାର ଟିପ୍ସ ଦେଉଥିବା ବେଳେ ହଠାତ୍‌ ତାଙ୍କର ମୃତ୍ୟୁ ଘଟୁଛି।

co

ଘଟଣାଟି ଚୀନ୍‌ର। ଏଠାକାର ଏକ ହେଲ୍‌ଥ କମ୍ପାନୀର ୬୫ ବର୍ଷୀୟ ଚେୟାରମ୍ୟାନ୍‌ ଏକ କାଯ୍ୟର୍କ୍ରମକୁ ସମ୍ବୋଧିତ କରୁଥିଲେ। ସେଠାରେ ଖୁବ୍‌ ଭିଡ଼ ଜମିଥିଲା। ଲୋକେ ତାଙ୍କ ଭାଷଣ ଶୁଣୁଥିଲେ। ହେଲେ ଏହାରି ଭିତରେ ହଠାତ୍‌ ଏକ ଘଟଣା ଘଟିଥିଲା। ଆଉ ଚେୟାରମ୍ୟାନ୍‌ ମଞ୍ଚ ଉପରେ ଟଳିପଡ଼ିଥିଲେ।

co3

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ମଞ୍ଚରେ ଭାଷଣ ଦେଉଥିବା ବେଳେ ହଠାତ୍‌ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଫଳରେ ସେ ପୋଡିୟମ୍‌ରେ ପିଟି ହୋଇ ତଳେ ପଡ଼ିଯାଇଥିଲେ। ମୃତକ ହେଲେ, ଚୀନ୍‌ର ଏକ ମେଡିସିନ୍‌ କମ୍ପାନୀର ଚେୟାର୍‌ମ୍ୟାନ ଚେନ୍‌ ପିବେନ୍‌। କମ୍ପାନୀଟି ଚୀନ୍‌ର ଗୁଆଙ୍ଗଝାଙ୍ଗ ଅଞ୍ଚଳରେ ରହିଛି।

co4

ଆଶ୍ଚଯ୍ୟର୍ର କଥା, ଚେନ୍‌ ପିବେନ୍‌ ଅଗଷ୍ଟରେ ନିଜର ଏହି ହେଲ୍‌ଥ କମ୍ପାନୀ ଆରମ୍ଭ କରିଥିଲେ। ଆଉ ସେ କମ୍ପାନୀର ପ୍ରମୋଶନ ପ୍ରୋଗ୍ରାମର ମଙ୍ଗ ଧରିଥିଲେ। ତେବେ ପୂର୍ବରୁ ତାଙ୍କର ଏକ ହାର୍ଟ ବାଇପାସ୍‌ ସର୍ଜରୀ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.