ଏବେ ଦୁର୍ଘଟଣାକୁ ଜଗିବ ସିସିଟିଭି, ରାଜ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ଲଗାଯିବ ସିସିଟିଭି

କେନ୍ୟୁଜ୍(ବ୍ୟୁରୋ): ଦୁର୍ଘଟଣା ଜଗିବ ସିସିଟିଭି । ରାଜ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ସିସିଟିଭି ଲଗାଯିବ । ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯିବ । ଗିରିସୋଳାରୁ ପୁଇଁତୁଳା ଯାଏ ୫୨ କିଲୋମିଟର ଜାତୀୟ ରାଜପଥରେ CCTV ଲଗାଯିବାକୁ ନିଷ୍ପତ୍ତି ହୋଇଛି । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଦୁର୍ଘଟଣା ରୋକିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଦେଶରେ ଦୁର୍ଘଟଣା ପ୍ରବଣ ରାଜ୍ୟ ତାଲିକାରେ ପଞ୍ଚମ ସ୍ଥାନରେ ଅଛି ଓଡ଼ିଶା । ଦୁର୍ଘଟଣା ସଂଖ୍ୟା ବଢୁଥିବାରୁ ଆଗାମୀ ଦିନରେ ଏହି ସଂଖ୍ୟାକୁ ୨୦ ପ୍ରତିଶତ ହ୍ରାସ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.