ବଡ ବାବୁ ବିଜୟ ଉପାଧ୍ୟାୟଙ୍କ ଘଟଣାରେ ଭିଜିଲାନ୍‌ସ ହାତରେ ନୂଆ ତଥ୍ୟ,  ବଡ ଧରଣର ଟଙ୍କା ହେରଫେରର ମିଳିଲା ଆଭାସ

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍‌ସ ଖୋଳତାଡ଼ ବେଳେ ସାମନାକୁ ଆସିଲା ନୂଆ ତଥ୍ୟ । ଉଦ୍ୟାନ କୃଷି ବିଭାଗର ଆକାଉଣ୍ଟ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା। ଉଦ୍ୟାନ କୃଷି ବିଭାଗର ପ୍ରାୟ ୩୦ କୋଟି ଟଙ୍କାକୁ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଅର୍ଥ ବିଭାଗ ଉଦ୍ୟାନ କୃଷି ବିଭାଗକୁ ଚିଠି ଲେଖି ଜବାବ ତଲବ କରିଛି। ଏତେ ବଡ଼ଧରଣର ଟଙ୍କାକୁ କାହିଁକି ଓ କେଉଁ ପରିସ୍ଥତିରେ ସ୍ଥାନାନ୍ତର କରାଯାଇଥିଲା କାହା ଜାଣିବାକୁ ଚିଠି ଲେଖିଛି ଅର୍ଥ ବିଭାଗ ସେପଟେ ଭିଜିଲାନ୍‌ସ ମଧ୍ୟ ମୋଟା ଅଙ୍କର କାରବାର ଉପରେ ତଦନ୍ତ କରୁଛି। ଯେଉଁ ବ୍ୟାଙ୍କକୁ ଉଦ୍ୟାନ କୃଷି ବିଭାଗର ଟଙ୍କା ସ୍ଥାନାନ୍ତର ହୋଇଛି, ସେହି ବ୍ୟାଙ୍କ ଅଧିକାରୀଙ୍କ ଠାରୁ ଏକଲକ୍ଷ ଟଙ୍କାର ଲାଞ୍ଚ ଜବତ କରାଯାଇଥିଲା। ଏବେ ସଂପୃକ୍ତ ଅଇଏଏସ ବିଜୟ ଉପାଧ୍ୟାୟଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା କରୁଛି ଭିଜିଲାନ୍‌ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.