Below header

ବରଫ ଭିତରେ ରୋମାଣ୍ଟିକ୍‌ ମୁଡ୍‌ରେ ଫ୍ୟାନ୍‌ମାନଙ୍କୁ ହାପି ନ୍ୟୁଇୟର କହିଲେ ବିରାଟ ଓ ଅନୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସ୍ୱିଜରଲ୍ୟାଣ୍ଡରେ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି | ସେହି ଠାରୁ ହିଁ ନିଜ କୋଟି କୋଟି ଫ୍ୟାନ୍ସ ମାନଙ୍କୁ ବିରାଟ ନୂଆ ବର୍ଷର ଅଭିନନ୍ଦନ ଦେଇଛନ୍ତି । ଏନେଇ ଏକ ଭିଡିଓ ପୋଷ୍ଟ କରୁଥିବା ସମୟରେ ପତ୍ନୀ ଅନୁଷ୍କାଙ୍କ ଅନ୍ଦାଜ କିନ୍ତୁ କିଛିଟା ବଦଳି ଯାଇଥିଲା । ଏହି ସମୟରେ ଅନୁଷ୍କା ନିଜ ପତିଙ୍କ ପ୍ରତି ରୋମାଣ୍ଟିକ ହୋଇଯାଇଥିଲେ | ନିଜଭିତରର ଭାବକୁ ସମ୍ଭାଳି ନ ପାରି ଅନୁଷ୍କା ପତିଙ୍କୁ କୁଣ୍ଢାଇ ପକେଇଥିଲେ ।

birat

ଏହା ପୂର୍ବରୁ ନୂଆବର୍ଷ ପୂର୍ବ ଦିନ ବି ବିରାଟ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ । କିନ୍ତୁ ଏହି ଫଟୋର ଶ୍ରେୟ ବିରାଟ ନିଜ ପତ୍ନୀ ଅନୁଷ୍କାଙ୍କୁ ହିଁ ଦେଇଥିଲେ | ବିରାଟଙ୍କ ଅନୁଯାୟୀ ଅନୁଷ୍କା ହେଉଛନ୍ତି ପୃଥିବୀର ଶ୍ରେଷ୍ଠ ଫଟୋଗ୍ରାଫର । ସୂଚନା ଦେବା ଯୋଗ୍ୟକି ଚଳିତ ମାସ ୫ ତାରିଖରୁ ହିଁ ଭାରତ ଓ ଶ୍ରୀଲଙ୍କା ଭିତରେ ଟ୍ୱେଣ୍ଟି – ଟ୍ୱେଣ୍ଟିର ଏକ ତିନି ମ୍ୟାଚ ବିଶିଷ୍ଟ ଏକ ସିରିଜ ଆରମ୍ଭ ହେବାକୁ ଯାଉଛି । ସିରିଜର ପ୍ରଥମ ମ୍ୟାଚ ଗୁଆହାଟୀର ବାରସପଡା କ୍ରିକେଟ ଷ୍ଟାଡିୟମରେ ହିଁ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.