Below header

ଦେଶରେ ଆକ୍ରାନ୍ତ ତୁଳାରେ ବଢୁଛି ସୁସ୍ଥତା ହାର,୨୪ ଘଣ୍ଟାରେ ଆଉ  ୮୮ ହଜାର ୬୦୦ ଆକ୍ରାନ୍ତ, ୯୨ ହଜାର ୪୩ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ଆକ୍ରାନ୍ତ ତୁଳାରେ ବଢୁଛି ସୁସ୍ଥତା ହାର । ୨୪ ଘଣ୍ଟାରେ ଆଉ  ୮୮ ହଜାର ୬୦୦ ଆକ୍ରାନ୍ତ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯୨ ହଜାର ୪୩ ଜଣ । ଦେଶରେ ସୁସ୍ଥତା ହାର ୮୨.୪୬ ପ୍ରତିଶତ ରହିଛି । ସେପଟେ ଆଉ ହଜାରେ ୧୨୪ ଜଣଙ୍କ ଜୀବନ ନେଇଛି ଭୂତାଣୁ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୯୪ ହଜାର ୫୦୩ରେ ପହଂଚିଛି ବୋଲି  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।  ଏହାସହ ଭାରତରେ ନୂଆ ପଜିଟିଭଙ୍କୁ ମିଶାଇ ମୋଟ ସଂକ୍ରମଣ ୫୯ ହଜାର ୯୨ ହଜାର ୫୩୩କୁ ବୃଦ୍ଧି ପାଇଛି । ଆକ୍ଟିଭ୍‌ କେସ୍‌ ୯ ଲକ୍ଷ ୫୬ ହଜାର ୪୦୨ ଥିବାବେଳେ ସୁସ୍ଥ ହେଲେଣି ୪୯ ଲକ୍ଷ ୪୧ ହଜାର ୬୨୭ ।

ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ତଥ୍ୟ ରେକର୍ଡ ଅନୁସାରେ, ନୂତନ ସଂକ୍ରମଣ ଅପେକ୍ଷା ଭାରତରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ। ଆଠ ଦିନ ମଧ୍ୟରୁ ସାତ ଦିନରେ ନୂତନ ସଂକ୍ରମଣ ଅପେକ୍ଷା ଆରୋଗ୍ୟ ହାର ଅଧିକ ହୋଇଥିବା ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.