ଏନସିବି ଜବତ କଲା ଦୀପିକା, ସାରା, ଶ୍ରଦ୍ଧା ଏବଂ ରାକୁଲଙ୍କ ମୋବାଇଲ, ଫରେନ୍ସିକ ଯାଞ୍ଚରୁ ପ୍ରମାଣ ମିଳିବା ଅନୁମାନ

ଶନିବାର ଦିନ ଏନସିବି ଆକ୍ସନ ମୋଡରେ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିଥିଲା। ଏହି ତିନି ଅଭିନେତ୍ରୀଙ୍କୁ ଡ୍ରଗ୍ସ କେସ୍‌ରେ ଏନସିବି ବିଭିନ୍ନ ପ୍ରକାର ପ୍ରଶ୍ନ ପଚରାଉଚରା କରୁଛି। କିନ୍ତୁ ଖବର ମୁତାବକ, ଏହିସବୁ ଅଭିନେତ୍ରୀ ଏନସିବି ପ୍ରଶ୍ନର ଉତ୍ତର ଠିକ୍‌ ଭାବେ ଦେଇନଥିଲେ। ଏନସିବି ପଚରାରିଥିବା ପ୍ରଶ୍ନର ଗୋଲମାଲ୍‌ ଜବାବ ରଖିଥିଲେ ଏହିସବୁ ଅଭିନେତ୍ରୀ। ଏନସିବି ତଦନ୍ତ କରିବା ପାଇଁ ଦୀପିକା, ସାରା, ରାକୁଲ, ଶ୍ରଦ୍ଧା, କରିସ୍ମା, ସିମୋନ ଖମ୍ବାଟା ଏବଂ ଜୟା ଶାହଙ୍କ ମୋବାଇଲ ଫୋନକୁ ଜବତ କରିଛି।

ଏନସିବି ପକ୍ଷରୁ କୁହାଯାଇଛି, ଡ୍ରଗ୍ସ କେସରେ ଦୀପିକା, ସାରା ଏବଂ ଶ୍ରଦ୍ଧାଙ୍କୁ କ୍ଲିନଚିଟ୍‌ ଦିଆଯାଇନାହିଁ। ଏମିତିରେ ସେମାନଙ୍କ ମୋବାଇଲକୁ ଜବତ କରି ଏନସିବି ଏହି ମାମଲାର ଯାଞ୍ଚ କରିବାକୁ ଚାହୁଁଛି। ଯେଉଁ ଅଭିନେତ୍ରୀଙ୍କୁ ସମନ ପଠାଯାଇଥିଲା, ସେମାନଙ୍କ ହ୍ଵାଟସଆପ୍‌ ଚାଟ୍‌ରୁଏହି ମାମଲାରେ ଠୋସ୍‌ ପ୍ରମାଣ ମିଳିପାରିବ ବୋଲି ଏନସିବି ଅନୁମାନ କରୁଛି।

sara dipika

ଏହି ପଚରାଉଚରା ସମୟରେ ସାରାଙ୍କୁ ଏନସିବି ମୋବାଇଲ ମାଗିଥିଲା। ସାରା ୨୦୧୭, ୨୦୧୮ରେ ବ୍ୟବହାର କରିଥିବା ମୋବାଇଲ ମଧ୍ୟ ଏନସିବି ମାଗିଛି। କିନ୍ତୁ ସାରା ସେହି ଫୋନ ଏନସିବିକୁ ଦେଇପାରିନାହାନ୍ତି। କିନ୍ତୁ ସାରାଙ୍କ ୨୦୧୯ର ଫୋନ ଏନସିବି ଜବତ କରିଛି ଏବଂ ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.