Below header

ଆଜି ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ,ପର୍ଯ୍ୟଟକଙ୍କ ପାଇଁ ‘ବଣଭୋଜି’ ନାମରେ ପର୍ଯ୍ୟଟନ ପ୍ୟାକେଜ୍ ଘୋଷଣା କରିଛି ପର୍ଯ୍ୟଟନ ନିଗମ

କେନ୍ୟୁଜ୍(ବ୍ୟୁରୋ):  ଆଜି ହେଉଛି ବିଶ୍ବ ପର୍ଯ୍ୟଟନ ଦିବସ। ଏହି ଅବସରରେ ଏବର୍ଷର ଥିମ୍ ରହିଛ  ‘‘ଟୁରିଜିମ୍ ଆଣ୍ଡ୍ ରୁରାଲ ଡେଭେଲୋପମେଣ୍ଟ’’ ସହରଠାରୁ ଦୂର ଗାଁ ପରିବେଶ ଓ କଳା ସଂସ୍କ୍‌ତିକୁ ଲୋକଲୋଚନକୁ ଆଣିବାରେ ପର୍ଯ୍ୟଟନର ଭୂମିକ ଗୁରୁତ୍ବପୂର୍ଣ୍ଣ ।ଆଜି ଏହି ବାର୍ତ୍ତା ନଇେ ଭୁବନେଶ୍ବରରେ ହୋଇଛି ବାଇକ ରାଲି।  ଇନ୍‌ଫୋସିଟି ଠାରୁ ଧଉଳି ପର୍ଯ୍ୟନ୍ତ ୨୫ କିଲୋମିଟର ବାଇକ୍‌ ରାଲି ହୋଇଥିଲା । ‘ଓଡ଼ିଶା ସଡକ ପଥରେ’ ଏଭଳି ଏକ ଅଭିନବ ପର୍ଯ୍ୟଟନ ଅଭିଯାନ କଳିଙ୍ଗ ମୋଟର ବାଇକ ଚାଳକ ଓ ସୁପର ବାଇକ୍‌ ରାଲି ମାଧ୍ୟମରେ ଆରମ୍ଭ କରାଯାଇଛି । ଏହି ସଡକ ପଥ ଅଭିଯାନ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନ ନିଗମ ‘ବଣଭୋଜି’ ନାମରେ ଏକ ପର୍ଯ୍ୟଟନ ପ୍ୟାକେଜ୍‌ ପର୍ଯ୍ୟଟକ ମାନଙ୍କ ଭ୍ରମଣର ସୁବିଧା ପାଇଁ ଆରମ୍ଭ କରିଛନ୍ତି ।

World-Tourism-Day

ଏହି ଅବସରରେ ଓଡ଼ିଶାର ବ୍ୟଞ୍ଜନ ତଥା ଆଦୃତ ହୋଇଥିବା ଖାଦ୍ୟର ପ୍ରଚାର ପ୍ରସାର ପାଇଁ ‘ନିମନ୍ତ୍ରଣ’ ନାମରେ କେତେ ଗୁଡିଏ ରେଷ୍ଟୁରାଣ୍ଟର ଆରମ୍ଭ କରାଯାଇଛି । ଓଡ଼ିଶା ପର୍ଯ୍ୟଟନ ଗିଗମର ଏହି ପ୍ରୟାସ ଦ୍ୱାରା ପର୍ଯ୍ୟଟନର ପ୍ରସାର ସହ ଓଡ଼ିଆ ଖାଦ୍ୟର ବିଭିନ୍ନତା ଓ ରୁଚି ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚିବ । ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ, ସମ୍ବଲପୁରରେ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ଖାଦ୍ୟର ବହୁଳ ପ୍ରସାର ଓ ସଂସ୍କୃତିର ପ୍ରଚାର ଦିଗରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

tourism day

ସେହିଭଳି ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ  ପର୍ଯ୍ୟଟନ ସ୍ଥଳୀର ଚିତ୍ର ଅଙ୍କନ କରି ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ସାନିଟାଇଜର ଓ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା ଏବଂ କୋଭିଡ ମହାମାରୀ ପରିଚାଳନାର ସମସ୍ତ ନିୟମକୁ ପାଳନ କରି ନିକଟସ୍ଥ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରି ମାନସିକ ଅବସାଦରୁ ଦୂରେଇ ରହିବାକୁ ଏଥିରେ ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳା ନିର୍ମାଣ କରିବାକୁ ତାଙ୍କୁ ୫ଘଣ୍ଟା ସମୟ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.