Below header

ପ୍ରିନ୍ସ ଫିଲିପ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଲ୍ୟାଣ୍ଡ ରୋଭରରେ ହିଁ ଯିବ ତାଙ୍କ ମରଶରୀର, ୧୭ରେ ହେବ ଅନ୍ତିମ ସଂସ୍କାର

ଲଣ୍ଡନ: ଏଡିନ୍‌ବର୍ଗର ଡ୍ୟୁକ୍‌ ପ୍ରିନ୍ସ ଫିଲିପ୍‌ ୧୫ ବର୍ଷ ପୂର୍ବେ ଲ୍ୟାଣ୍ଡ ରୋଭର ଗାଡ଼ିର ଡିଜାଇନ୍‌ କରିଥିଲେ। ଏଣୁ ତାଙ୍କ ମରଶରୀରକୁ ଏହି ଲ୍ୟାଣ୍ଡ ରୋଭରରେ ହିଁ ଅନ୍ତିମ ସଂସ୍କାର ନିମନ୍ତେ ନିଆଯିବ। ଦକ୍ଷିଣ ପୂର୍ବରେ ଥିବା ଓ୍ଵିଣ୍ଡସର କ୍ୟାସଲରେ ଆସନ୍ତା ୧୭ ତାରିଖ ଶନିବାର ପ୍ରିନ୍ସ ଫିଲିପ୍‌ଙ୍କ ଅନ୍ତିମ ସଂସ୍କାର ହେବ।

ସୂଚନା ମୁତାବକ, ଏହି ଗାଡ଼ି ଏକ ସଂଶୋଧିତ ଡିଫେଣ୍ଡର ୧୩୦ ଗନ୍‌ ବସ୍‌, ଯାହାକୁ ୨୦୦୫ରେ ପ୍ରିନ୍ସ ଫିଲିପ୍‌ ବନାଇଥିଲେ। ଅନ୍ତିମ ସଂସ୍କାର ସେଣ୍ଟ ଜର୍ଜ ଚ୍ୟାପେଲରେ ହେବ। ଏ ନେଇ ସେଣ୍ଟ ଜର୍ଜ ଚ୍ୟାପେଲ ପର୍ଯ୍ୟନ୍ତ ଏକ ଛୋଟ ଶୋଭାଯାତ୍ରା ବାହାରିବ, ଯେଉଁଥିରେ ରୟାଲ ପରିବାର ସହ ଡ୍ୟୁକ୍‌ ଅଫ ଏଡିନ୍‌ବର୍ଗଙ୍କ ଘରର ସଦସ୍ୟ କଫିନ୍‌ ପଛେ ପଛେ ଚାଲିବେ।

ଅନ୍ତିମ ସଂସ୍କାର ଦ ଡ୍ୟୁକ୍‌ ଅଫ୍‌ ଏଡିନ୍‌ବର୍ଗର ନିଜସ୍ୱ ଇଚ୍ଛା ଅନୁସାରେ ହେବ। ଏଥିସହିତ ଏହି ଅନ୍ତିମ ସଂସ୍କାର ବ୍ରିଟେନରେ ସପ୍ତାହବ୍ୟାପୀ ରାଷ୍ଟ୍ରୀୟ ଶୋକର ସମାପନର ପ୍ରତୀକ ହେବ। ଏହାକୁ ଧ୍ୟାନରେ ରଖି ଲଣ୍ଡନରେ ବୈଶାଖୀ ଉତ୍ସବ ପାଳନ କରାଯିବ ନାହିଁ। ସେପଟେ ପ୍ରିନ୍ସଙ୍କ ଏହି ରୟାଲ ଅନ୍ତିମ ସଂସ୍କାରର ସିଧା ପ୍ରସାରଣ କରାଯିବ ଏବଂ କୋଭିଡ୍‌-୧୯ ଯୋଗୁ ମାତ୍ର ୩୦ ଜଣ ଲୋକ ହିଁ ଏଥିରେ ସାମିଲ ହେବାକୁ ଅନୁମତି ରହିଛି।

ଏଥିସହିତ ଜଣାଇ ଦିଆଯାଇଛି କି, ନାତି ପ୍ରିନ୍ସ ହ୍ୟାରୀ ଆମେରିକାରୁ ଲଣ୍ଡନ ଆସିବେ। କିନ୍ତୁ ତାଙ୍କ ପତ୍ନୀ ଗର୍ଭବତୀ ଥିବା କାରଣରୁ ଯାତ୍ରା କରିପାରିବେ ନାହିଁ। ସେପଟେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଅନ୍ତିମ ସଂସ୍କାରରେ ସାମିଲ ହେବେ ନାହିଁ। ତାଙ୍କ ଜାଗାରେ ପରିବାରର ଜଣେ ସଦସ୍ୟ ରହିବେ। ରାଣୀଙ୍କର ବଡ଼ ପୁଅ ରାଜକୁମାର ଚାର୍ଲ୍ସଙ୍କ କହିବା ହେଲା, ତାଙ୍କ ବାପା ବିଗତ ୭୦ ବର୍ଷ ଭିତରେ ମହାରାଣୀ, ତାଙ୍କ ପରିବାର ଏବଂ ଦେଶ ପାଇଁ ସବୁଠୁ ଉଲ୍ଲେଖନୀୟ ତଥା ସମର୍ପିତ ସେବା ପ୍ରଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.