ପୋଲିସର ଯୁବକକୁ ମାଡ଼ ଘଟଣା, ଫାଣ୍ଡି ଅଧିକାରୀ ଓ ହାବିଲଦାରଙ୍କ ବଦଳି

ଚାନ୍ଦବାଲି(କେ.ନ୍ୟୁଜ): ମାସ୍କ ଓ ହେଲମେଟ ଚେକିଂ ବେଳେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଆରଡି ଫାଣ୍ଡିର ୪ଜଣ ପୋଲିସ କର୍ମଚାରୀ ଜଣେ ଯୁବକକୁ ଗୋଡେଇ ତୋଡେଇ ଫାଣ୍ଡି ପରିସରରେ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। ଏହି ଘଟଣାରେ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଓ ହାବିଲଦାରକୁ ଜିଲ୍ଲା ହେଡକ୍ୱାର୍ଟରକୁ ବଦଳି କରାଯାଇଛି। ଭାଇରାଲ ଭିଡିଓରେ ଖୋଦ ଫାଣ୍ଡି ଅଧିକାରୀ ଓ ହାବିଲଦାର ମାଡ ମାରୁଥିବାର ସ୍ପଷ୍ଟ ଦେଖାଯାଉଥିଲା। ତେବେ କେବଳ ବଦଳି ନୁହେଁ ପୋଲିସର ଏପରି କାର୍ଯ୍ୟକଳାପ ପାଇଁ ମାଡ ମାରୁଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ମଧ୍ୟ ଦାବି ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.