ରେଳବାଇ କର୍ମଚାରୀଙ୍କଠାରୁ ୫୭ ହଜାର ଟଙ୍କାର ନକଲି ନୋଟ୍‌ ଠାବ

ଝାରସୁଗୁଡା(କେ.ନ୍ୟୁଜ): ବ୍ରଜରାଜନଗରଠାରେ ପୁଣି ଜାଲ୍‌ ନୋଟ କାରବାରରେ ଜଣେ ଗିରଫ। ରେଳବାଇ କର୍ମଚାରୀଙ୍କଠାରୁ ୫୭ହଜାର ନକଲି ନୋଟ୍‌ ଠାବ ହୋଇଛି। ଝାରସୁଗୁଡା ବ୍ରଜରାଜନଗର ପୋଲିସ ଏହି ନକଲି ନୋଟ୍‌ ଠାବ କରିଛି। ବ୍ରଜରାଜନଗର ରେଳ ଷ୍ଟେସନରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଘରୁ ୫୭ ହଜାର ଟଙ୍କାର ଜାଲି ନୋଟ୍‌ ଜବତ ହୋଇଛି।

fake

୧୧୪ ଖଣ୍ଡ ୫୦୦ ଟଙ୍କିଆ ନୋଟକୁ ଜବତ କରି ଅଭିଯୁକ୍ତ ରେଳବାଇ କର୍ମଚାରୀକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ରେଳବାଇ କର୍ମଚାରୀ ରମଣ କୁମାର ରଜାକ। ନାଗପୁରରୁ ନକଲି ନୋଟ୍ ବିଲାସପୁର ହୋଇ ଝାରସୁଗୁଡାକୁ ଆସୁଥିବା ପୋଲିସର ପ୍ରାଥମିକ ତଦନ୍ତକୁ ଜଣାପଡିଥିବା ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.