ବାଲେଶ୍ୱର ପାଇଁ ୧୫୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେ.ନ୍ୟୁଜ): ବାଲେଶ୍ୱର ମ୍ୟୁନିସିପାଲିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା। ବାଲେଶ୍ୱର ପାଇଁ ୧୫୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମୁଖ୍ୟ ସଚିବ, ଫାଇଭ୍‌ ଟି ସଚିବ ଓ ପୂର୍ତ୍ତ ସଚିବ ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ପରେ ଏତେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୋରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

ଏହି ଅର୍ଥରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ୱର ସହଦେବଖୁଣ୍ଟା ବସଷ୍ଟାଣ୍ଡର ବିକାଶ କରାଯିବ। ତୁମୁଳିଆ ଗେଟ୍‌ ଫ୍ଲାଏ ଓଭରଠାରୁ ଷ୍ଟେସନ ଛକ ଯାଏ ମୁଖ୍ୟ ରାସ୍ତାକୁ ଛଅ ଲେନ୍‌ ବିଶିଷ୍ଟ କରାଯିବ । ଏହି ରାସ୍ତାରେ ଆଧୁନିକ ଷ୍ଟ୍ରିଟ୍‌ ଲାଇନ୍‌ ବ୍ୟବସ୍ଥା କରାଯିବ। ବାଲେଶ୍ୱର ମ୍ୟୁନିସିପାଲିଟିରେ ୧୪ କୋଟି ଟଙ୍କା ବ୍ୟୟରେ ବହୁମୁଖୀ ଇନଡୋର୍‌ ହଲ୍‌, ସୁଇମିଂ ପୋଲ୍‌ ଭଳି ଉନ୍ନତ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ । ୫୩ କୋଟି ଟଙ୍କା ବ୍ୟୟରେ ବୁଢ଼ାବଳଙ୍ଗ ନଦୀବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯ୍ୟକରଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.