କୋଭିଡ୍‌ ଭ୍ୟାକ୍ସିନ୍‌ ଡୋଜ୍‌ ନେଇ ସାରିଥିବା ଲୋକଙ୍କୁ FD ଉପରେ ମିଳିବ ଅଧିକ ସୁଧ ଦର, ଜାଣନ୍ତୁ କ’ଣ ରହିଛି ସ୍କିମ୍‌

ଯଦି ଆପଣ ଏ ପର୍ଯ୍ୟନ୍ତ କରୋନା ଭ୍ୟାକ୍ସିନ୍‌ ନେଇ ନାହାନ୍ତି, ତ ଜଲ୍‌ଦି କରନ୍ତୁ। ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଡୋଜ୍‌ ନେଇସାରିଥିବା ଲୋକଙ୍କ ପାଇଁ ଏକ ସ୍ପେଶାଲ ଫିକ୍ସଡ ସ୍କିମ୍‌ ଘୋଷଣା କରିଛି। ଏହି ସ୍କିମ୍‌ ଅଧୀନରେ ଭ୍ୟାକ୍ସିନ୍‌ ନେଇସାରିଥିବା ଲୋକଙ୍କୁ ଫିକ୍ସଡ ଡିପୋଜିଟ୍‌ ଉପରେ ଅତିରିକ୍ତ ସୁଧ ଦର ମିଳିବ।

ବ୍ୟାଙ୍କ କହିଛି, ‘ଇମ୍ୟୁନ ଇଣ୍ଡିଆ ଡିପୋଜିଟ୍‌ ସ୍କିମ୍‌’ ଉପରେ ଅତିରିକ୍ତ ୨୫ ବେସିସ୍‌ ପଏଣ୍ଟସ୍‌ ମିଳିବ। ଏହି ସ୍କିମ୍‌ ୧,୧୧୧ ଦିନରେ ମାଚ୍ୟୋର୍‌ ହେବ। ଅଧିକରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ୍‌ ଲଗାଇବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କ୍‌ ଏହି ସ୍କିମ୍‌ ଆରମ୍ଭ କରିଛି। ବ୍ୟାଙ୍କ ତରଫରୁ ଏ ନେଇ ଟ୍ଵିଟରରେ ସୂଚନା ଦିଆଯାଇଛି।

ଏହି ସ୍କିମ୍‌ କେବଳ କୋଭିଡ୍‌ ଭ୍ୟାକ୍ସିନ୍‌ ନେଇ ସାରିଥିବା ଲୋକଙ୍କ ପାଇଁ ହିଁ ରହିଛି। ଯେଉଁମାନେ ଭ୍ୟାକ୍ସିନ୍‌ ନେଇ ସାରିଛନ୍ତି, ସେମାନଙ୍କୁ ସୁଧ ଦର ୨୫ ଅତିରିକ୍ତ ବେସିସ୍‌ ପଏଣ୍ଟସ୍‌ ଅଫର୍‌ କରାଯାଉଛି। ସେପଟେ ବରିଷ୍ଠ ନାଗରିକଙ୍କୁ ୫୦ ଅତିରିକ୍ତ ବେସିସ୍‌ ପଏଣ୍ଟସ୍‌ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.