ପୋଲିସ ହାତରେ ଧରାପଡ଼ିଛି ବିଦେଶୀ ଟ୍ୟାଗ୍ ଲାଗିଥିବା ପାରା, ମାଓବାଦୀ ଟ୍ରେନିଂ ଦେଇଥିବା ସନ୍ଦେହ

ମାଲକାନଗିରି(କେ.ନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ କୋଣ୍ଡାଗାଓଁରେ ପୋଲିସ ହାତରେ ଧରାପଡିଛି ବିଦେଶୀ ଟ୍ୟାଗ୍ ଲାଗିଥିବା ପାରା। ଦେଖିବାକୁ ଏହା ସନ୍ଦେହଜନକ ଲାଗୁଛି। କାରଣ ପାରାର ଗୋଡ଼ରେ ଲାଗିଛି ବିଦେଶୀ ଭାଷାର ଟ୍ୟାଗ୍। କୁହାଯାଉଛି ମାଓଗଡ଼ କୁହାଯାଉଥିବା କୋଣ୍ଡାଗାଓଁ ଅଞ୍ଚଳରେ ମାଓବାଦୀଙ୍କ ବେଶ୍ ଦବଦବା ରହିଛି। ତେଣୁ ମାଓବାଦୀମାନେ ପୋଲିସର କଡ଼ା ସୁରକ୍ଷାକୁ ନଜର ରଖିବା ସହିତ ସନ୍ଦେଶ ଦିଆନିଆ ପାଇଁ ପାରାକୁ ବ୍ୟବହାର କରୁଥିବା ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। କାରଣ ପାରା ହେଉଛି ଏକ ଘରୋଇ ପକ୍ଷୀ ଏବଂ ବହୁତ ଚାଲାକ, ତେଣୁ ଏହାକୁ ପ୍ରଶିକ୍ଷଣ ଦେବା ସହଜ ହୋଇଥାଏ। ପାରାମାନଙ୍କ ମଧ୍ୟରେ ରେସିଂ ହୋମର ପ୍ରଜାତି ବହୁତ ଖାସ୍। ଏମାନଙ୍କୁ ଏଭଳି ଟ୍ରେନିଂ ଦିଆଯାଇଥାଏ। ଏହି ପାରାମାନେ ଟ୍ରେନିଂ ନେବା ପରେ ଦିଆଯାଇଥିବା କାମ ସାରି ନିଜ ସ୍ଥାନକୁ ଖୁବଶୀଘ୍ର ଫେରି ଆସିଥାନ୍ତି। ତେବେ ଏହି ପାରାକୁ ନେଇ ଅଧିକା ତଦନ୍ତ କରାଯାଉଛି ବୋଲି କୋଣ୍ଡାଗାଓଁ SP ସିଦ୍ଧାର୍ଥ ତିୱାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.