ହ୍ଵାଟସଆପ ୟୁଜର୍ସ ରୁହନ୍ତୁ ସାବଧାନ, ଦୂରରେ ଥିବା କୌଣସି ବି ଲୋକ କରିପାରିବ ଆପଣଙ୍କ ଆକାଉଣ୍ଟ ବ୍ଲକ

ହାକର୍ସଙ୍କର ‘ଫେସବୁକ୍‌’ ତଥ୍ୟ ଚୋରି କରିବାର ନିଶା ହବ୍‌ ପାଲଟିଗଲାଣି। ଫେସବୁକ୍‌ ହାକିଂର ଖବର ଏବେ ଅନେକ ବାର ସାମ୍ନାକୁ ମଧ୍ୟ ଆସିଲାଣି। ସୋସିଆଲ ମିଡିଆରେ ନିଜ ତଥ୍ୟ ଚୋରିକୁ ନେଇ ଏବେ ସମସ୍ତେ ଚିନ୍ତାରେ ପଡିଲେଣି। ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଏବେ Dual Authentication code ମଧ୍ୟ ରଖୁଛନ୍ତି। ଯାହା ଫଳରେ ଯଦି କିଏ ଆପଣଙ୍କ ଆକାଉଣ୍ଟର id ଓ password ମଧ୍ୟ ଜାଣିଥିବେ, ତେବେ ଆପଣଙ୍କ ଅନୁମତି ବିନା କେହି ଏହି ଆକାଉଣ୍ଟକୁ ବ୍ୟବହାର କାରିପାରିବେ ନାହିଁ।

ଏବେ ଫେସବୁକ ସହ ହ୍ଵାଟସଅପକୁ କନେକ୍ଟ କରିଦିଆଯାଇଛି। ଯାହାଫଳରେ ଭୟ ଦ୍ୱିଗୁଣିତ ହୋଇଯାଇଛି। ‘Whatsapp bug’ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇପାରିବ। ଏହାର ଫାଇଦା ଉଠାଇ ହାକର୍ସ ଦୂରରେ ରହି ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ଡିଲେଟ(Delet) କରିପାରିବେ। କିଛି ୟୁଜର୍ସ ଏହାକୁ ନେଇ ଅଭିଯୋଗ ମଧ୍ୟ କରିଛନ୍ତି। ଅର୍ଥାତ ତାଙ୍କ ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି। ଯାହାଦ୍ୱାରା ସେ ନିଜ ଆକାଉଣ୍ଟକୁ re-cover ମଧ୍ୟ କରିପାରୁ ନାହାନ୍ତି।

what
pc: amarujala

ପ୍ରଥମେ ‘Whatsapp bug’ ସଂପର୍କରେ ଲୁଇସ୍‌ ମାରକ୍ୟୁଏଜ୍‌ କାର୍ପିଂଥ୍ରୋ ଓ ଅର୍ନେଷ୍ଟ୍ରୋ କାନେଲ୍ସ ପେରେନ ଜଣାଇଥିଲେ। ରିପୋର୍ଟ ଅନୁଯାୟୀ, ଏହି ବଗ୍‌ ଦ୍ୱାରା ସେସବୁ ହ୍ଵାଟସ୍‌ଆପ ଆକାଉଣ୍ଟ ମଧ୍ୟ ବ୍ଲକ ହୋଇପାରିବ, ଯେଉଁଥିରେ 2 factor authentication code ରହିଛି। ହାକର୍ସମାନେ ପ୍ରଥମେ ଆପଣଙ୍କ ମୋବାଇଲ ନଂ ସାହାଯ୍ୟରେ ନିଜ ଫୋନରେ ଆକାଉଣ୍ଟ ଖୋଲିବେ। ଏହାପରେ ୬ ଡିଜିଟର ଭେରିଫିକେସନ କୋଡ଼ ଦରକାର ପଡ଼ିବ। କୋଡ଼ ନମିଳିବା ପରେ ହାକର୍ସଙ୍କୁ ଆପଣଙ୍କ ହ୍ଵାଟସ୍‌ଆପ ଆକାଉଣ୍ଟର ଆକ୍ସେସ ମିଳିବ ନାହିଁ। ଏହାକୁ ବାରମ୍ବାର କରିବା ଦ୍ୱାରା ଏହି ଆକାଉଣ୍ଟ ୧୨ ଘଣ୍ଟା ପରେ ବ୍ଲକ ହୋଇଯିବ।

ଏହାପରେ ହାକର୍ସ ହେଲ୍ପଲାଇନ ନଂ କୁ କଲ କରି ଏହି ଆକାଉଣ୍ଟକୁ ବ୍ଲକ କରିବା ପାଇଁ କହିବେ। ଏହି ପ୍ରକ୍ରିୟାରେ ଇ-ମେଲ ଆଇଡି ମଧ୍ୟ ଦରକାର ପଡ଼ିବ । ପରେ ଏହା ସାହାଯ୍ୟରେ କଣ୍ଟ୍ରୋଲ ରୁମ୍‌ ଆପଣଙ୍କ ଏହି ନଂରେ ଥିବା ହ୍ଵାଟସଆପ ଆକାଉଣ୍ଟକୁ ଡି-ଆକ୍ଟିଭେଟ କରିଦେବେ। ଯାହା ଫଳରେ ଆପଣ ଏହାର ବ୍ୟବହାର କରିପାରିବେ ନାହିଁ।

what9900
pc: Online Sense

ଏବେ ଆପଣ ଭାବୁଥିବେ ଏହାର ସମାଧାନର ବାଟ କ’ଣ? ଯଦି ଆପଣ ଏହି ସମସ୍ୟାର ସମ୍ମୁଖିନ ହେଉଥାନ୍ତି ତେବେ ଡରିବାର କୌଣସି ଆବଶ୍ୟକତା ନାହିଁ। ଏହାଦ୍ୱାରା ଆପଣଙ୍କ ଆକାଉଣ୍ଟ କେବଳ ୧୨ ଘଣ୍ଟା ପାଇଁ ଡିି-ଆକ୍ଟିଭେଟ ହୋଇଯିବ। ଏହାପରେ ଆପଣ ପୁନର୍ବାର ଆପଣଙ୍କ ନଂ ସାହାଯ୍ୟରେ ହ୍ଵାଟସଆପ ଆକାଉଣ୍ଟକୁ ଆକ୍ଟିଭେଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.