Below header

ଶକ୍ତି ଉପାସକ ପ୍ରଧାନମନ୍ତ୍ରୀ ମୋଦି, ବଙ୍ଗ ନିର୍ବାଚନ ଭିତରେ ରଖିବେ ୯ ଦିନ ଉପବାସ ବ୍ରତ

ଆଜିଠୁ ଦେଶରେ ଚୈତ୍ର ନବରାତ୍ରି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳୁ ସକାଳୁ ଦେଶବାସୀଙ୍କୁ ଏ ନେଇ ଶୁଭକାମନା ଜଣାଇ ସାରିଛନ୍ତି। ଏଥି ସହିତ ମୋଦିଙ୍କର ୯ ଦିନିଆ ଉପବାସ ବ୍ରତ ମଧ୍ୟ ଆରମ୍ଭ ହୋଇଯାଇଛି। କହି ରଖୁଛୁ, ପ୍ରଧାନମନ୍ତ୍ରୀ ମୋଦି ଶକ୍ତି ଉପାସକ। ସେ ନବରାତ୍ରିରେ ୯ ଦିନ ପାଇଁ ଉପବାସ ରଖନ୍ତି। ଏଥର ତାଙ୍କର ଏହି ଉପବାସ ବ୍ରତ ପଶ୍ଚିମବଙ୍ଗ ନିର୍ବାଚନ ଭିତରେ ଖାସ୍‌ ହେବାକୁ ଯାଉଛି। ମୋଦି ୪୦ରୁ ଅଧିକ ବର୍ଷ ହେବ ଉପବାସ କରି ଆସୁଛନ୍ତି। ଏହି ୯ ଦିନରେ ସେ ଅଧିକାଂଶ ସମୟ ଗରମ ପାଣି ସେବନ କରି ରହିଥାଆନ୍ତି।

ନବରାତ୍ରି ସମୟରେ ଏମିତି ହୋଇଥାଏ ମୋଦିଙ୍କ ଦିନଚର୍ଯ୍ୟା

-ମୋଦି ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୁର୍ଗାପାଠ ଜରିଆରେ ଶକ୍ତି ଉପାସନା କରିଥାଆନ୍ତି। ଏହି ସମୟରେ ସେ ଧ୍ୟାନରେ ମଧ୍ୟ ବସନ୍ତି।

-୯ ଦିନ ପର୍ଯ୍ୟନ୍ତ ସେ ସକାଳେ ଏବଂ ସନ୍ଧ୍ୟାରେ ଦେବୀ ଦୁର୍ଗାଙ୍କ ଆଳତି କରିଥାଆନ୍ତି।

-ବ୍ରତ ସମୟରେ ମୋଦି ଗରମ ପାଣି ଏବଂ ଦିନରେ କେବଳ ଥରେ ହିଁ ଫଳ ସେବନ କରନ୍ତି।

-ଯେବେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେ ଶାରଦୀୟ ନବରାତ୍ରି ସମୟରେ ଶାସ୍ତ୍ର ପୂଜା ବି କରୁଥିଲେ।

୨୦୧୯ ଲୋକସଭା ନିର୍ବାଚନ ବେଳେ ବ୍ରତରେ ଥିଲେ ମୋଦି

ମୋଦି ଯେତବେଳେ ୨୦୧୯ ନିର୍ବାଚନ ମଇଦାନରେ ଥିଲେ, ସେତେବେଳେ ଦେଶରେ ଚୈତ୍ର ନବରାତ୍ରିର ସଂଯୋଗ ପଡ଼ିଥିଲା। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ୧୧ ଏପ୍ରିଲରେ ହୋଇଥିଲା। ଏପଟେ ୬ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଦେଶରେ ନବରାତ୍ରି ପାଳନ କରାଯାଇଥିଲା। ଏହି ସମୟରେ ମୋଦି ହଜାର ହଜାର କିଲୋମିଟର ବିମାନ ଯାତ୍ରା କରିଥିଲେ। ଭୀଷଣ ଗରମରେ ସେ ଗରମ ପାଣି ପିଇବା ସହ ଲେମ୍ବୁ ମଧ୍ୟ ସେବନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.