ଭକ୍ତଙ୍କ ଇଚ୍ଛା ହେବ ପୂରଣ, ବାବା ସିରିଡି ସାଇଙ୍କୁ ଦର୍ଶନ ପାଇଁ ପୂର୍ବରୁ କରିନିଅନ୍ତୁ ଅନଲାଇନ ରେଜିଷ୍ଟ୍ରେସନ, ଜାଣନ୍ତୁ କିପରି

କରୋନା ମହାମାରୀ ଯୋଗୁଁ ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ କରିଦିଆଯାଇଥିଲା। ଏବେ ସବୁକିଛି ଧିରେ ଧିରେ ଖୋଲିବା ପରେ ଧାର୍ମିକ ପୀଠ ସବୁ ଚଳଚଞ୍ଚଳ ହୋଇପଡିଛି। କିନ୍ତୁ ସବୁ ଧାର୍ମିକ ଅନୁଷ୍ଠାନରେ କୋଭିଡରୁ ସୁରକ୍ଷିତ ରହିବା ପାଇଁ ଗାଇଡଲାଇନ ଏବଂ ନିୟମ ମାନିବାକୁ ପଡୁଛି। ହାତ ସାନିଟାଇଜ କରିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ।

ଏଥିପାଇଁ କୋଭିଡ-୧୯ ସୁରକ୍ଷା ମାନଦଣ୍ଡ ଅନୁଯାୟୀ, ସିରିଡି ସାଇ ସଂସ୍ଥା ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଅନଲାଇନ ଦର୍ଶନ ବୁକ କରିବା ପାଇଁ ସଠିକ୍ ପ୍ରୋଟୋକଲ ପ୍ରସ୍ତୁତ କରାଯାଇଛି। କିନ୍ତୁ ଅନଲାଇନ ସ୍ଲଟ ବୁକିଂ କରିବା ପ୍ରକ୍ରିୟାକୁ ନେଇ କିଛି ଦ୍ବନ୍ଦ୍ବରେ ରହିଛନ୍ତି। ଯଦି ଆପଣ ଅନଲାଇନ ରେଜିଷ୍ଟ୍ରର କରିବା ପାଇଁ ଆଇଡି ରେଜିଷ୍ଟ୍ରର କରି ସ୍ଲଟ ବୁକ୍ କରିପାରିବେ।

saibaba

ସିରିଡି ସାଇବାବା ଟ୍ରଷ୍ଟ ୱେବସାଇଟ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣ ସ୍ଲଟ ବୁକ୍ କରିବାକୁ ଚାହୁଁଛନ୍ତି, ତେବେ ୨ ଦିନ ପୂର୍ବରୁ ଆରତୀ, ଦର୍ଶନ ଏବଂ ରହିବା ପାଇଁ ୭ ପୂର୍ବରୁ ରିଜରଭେସନ ସ୍ଲଟ ବୁକ୍ କରିପାରିବେ। ଯଦି ଆପଣଙ୍କର କୋଟା ରିଜରଭେସନ ରହିଛି, ତେବେ ଆପଣ ୨ ଦିନ ପୂର୍ବରୁ ରହିବା ପାଇଁ ରିଜରଭେସନ କରିପାରିବେ।

ଏହି ରିଜରଭେସନ ବେଳର ଫଟୋ କପି ନିଶ୍ଚିତ ରଖନ୍ତୁ। ଏହାଛଡା ସାଇଟରେ ପଞ୍ଜୀକରଣ କରିବା ସମୟରେ ଆପଣ ଯେଉଁ ଫଟୋ ଆଇଡିକୁ ଦେଖାଇଛନ୍ତି, ତାକୁ ସାଙ୍ଗରେ ନେଇ ଯିବା ଜରୁରୀ। କାରଣ ସେଠାରେ ପହଞ୍ଚିବା ପରେ ଏହାକୁ ଦେଖାଇବା ଅତ୍ଯନ୍ତ ଜରୁରୀ। ନିଜର ବିବରଣୀ ଯେପରିକି ନାମ, ଜନ୍ମତାରିଖ, ଫୋନ ନମ୍ବର ଠିକଣା, ପିନ କୋର୍ଡ, ଫଟୋ, ଆଇଡି ପରିଚୟ ପତ୍ର ଇତ୍ଯାଦି କହିବାକୁ ହେବ।

baba

ସେହିପରି କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ ମଧ୍ୟ ବାଧ୍ୟ। ୬୫ ବର୍ଷରୁ ଅଧିକ ବୟସ୍କ ବ୍ଯକ୍ତି, ୧୦ ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଏହାର ବୁକିଂ କରିପାରିବେ ନାହିଁ। ଏହାଛଡା ମାସ୍କ ପନ୍ଧିବା, ସାମାଜିକ ଦୂରତା ରଖିବା, ହାତ ବାରମ୍ବାର ଧୋଇବା, ସାନିଟାଇଜ କରିବାକୁ ପଡିବ। କୋଭିଡି-୧୯ ଏବଂ ସୁରକ୍ଷା ଯୋଗୁଁ ମନ୍ଦିର ଅଧିକାରୀଙ୍କ ସହିତ ସଂପୂର୍ଣ୍ଣ ସହଯୋଗ କରିବାକୁ ହେବ।

କେମିତି କରିବେ ଅନଲାଇନ ବୁକିଂ:

ପ୍ରଥମେ ଆପଣ ଇମେଲ ପଞ୍ଜୀକ୍‌ତ କରି https://online.sai.org.in/#/login କରି ସାଇବାବା ଟ୍ରଷ୍ଟର ୱେବସାଇଟକୁ ଯିବାକୁ ହେବ। ସେଠାରେ ନିଜର ଇମେଲ ଆଇଡି, କ୍ଯାପଚା କୋଡ ଏବଂ ପାସୱାର୍ଡ ଦେଇ ଲଗଇନ ଉପରେ କ୍ଲିକ କରିବାକୁ ହେବ। ଯଦି ଆପଣ ନୂଆ ତେବେ https://online.sai.org.in/#/registration ଲଗଇନ କରନ୍ତୁ।

ତା’ ପରେ ନିଜର ସଂପୂର୍ଣ୍ଣ ବିବରଣୀ ଦେବା ପରେ ରେଜିଷ୍ଟ୍ରର ବଟନ ଉପରେ କ୍ଲିକ କରନ୍ତୁ। ତାପରେ ପାସପୋର୍ଟ ସାଇଜର ଫଟୋଗ୍ରାଫ ଅପଲୋଡ କରନ୍ତୁ। ତା ପରେ ପାସୱାର୍ଡ ପ୍ରସ୍ତୁତ କରି ସମସ୍ତ ନିୟମ ପଢିବା ପରେ ସର୍ତ୍ତ ମଧ୍ୟ ସ୍ବୀକାର କରନ୍ତୁ। ତା’ ପରେ continue ଉପରେ କ୍ଲିକ କରନ୍ତୁ। ୱେବସାଇଟରୁ ମିଳୁଥିବା ନିର୍ଦ୍ଦେଶକୁ ପୂରଣ କରି ରେଜିଷ୍ଟ୍ରେସନ କରନ୍ତୁ। ସଠିକ୍ ଷ୍ଟେପ ଫଲୋ କରି ଦର୍ଶନ ପାଇଁ ବୁକ୍ କରନ୍ତୁ।

You might also like