Below header

ତିନି ଜଣ ସାଙ୍ଗଙ୍କ ସହିତ ମିଶି ନିଜ ସ୍ତ୍ରୀକୁ ଗଣଦୁଷ୍କର୍ମ କଲା ସ୍ୱାମୀ, ଲୁହା କବାଟରେ ଗୋଡକୁ ବାନ୍ଧି ମାରିଲା ମାଡ

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ କେତେ ଖାସ୍‌ ଆଉ କେତେ ନିଆରା ତାହା ସମସ୍ତେ ଜାଣନ୍ତି। ବିବାହ ପରେ ଗୋଟେ ଝିଅ ପାଇଁ ତାର ସ୍ୱାମୀ ହିଁ ଏକମାତ୍ର ସାହାରା। କିନ୍ତୁ ସେହି ସ୍ୱାମୀ ଯଦି ସାହାରା ବଦଳରେ ସଇତାନ ଭଳି କାମ କାମ କରିବ, ତେବେ ସ୍ତ୍ରୀଟି ସୁରକ୍ଷିତ ତାହେଲେ କେଉଁଠି।
ପତି ପତ୍ନୀଙ୍କର ଅତୁଟ ସମ୍ପର୍କକୁ ଲଜ୍ଜିତ କରୁଥିବା ଭଳି ଏକ ଘଟଣା ରାଜସ୍ଥାନର ଜାଲୌର ଜିଲ୍ଲାରେ ଘଟିଛି। ଯେଉଁଠି ଜଣେ ସ୍ୱାମୀ ନିଜ ସାଙ୍ଗମାନଙ୍କ ସହିତ ମିଶି ନିଜର ହିଁ ସ୍ତ୍ରୀକୁ ଗଣ ବଳାକ୍ତାର କରିଛି।

ଥାନାରେ ଜଣେ ମହିଳା ତାଙ୍କ ବିବାହିତା ଝିଅ ସହିତ ଦୁଷ୍କର୍ମ କରିଥିବା ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି। ପୀଡିତାଙ୍କ ସ୍ୱାମୀ ସିରୋହୀ ମଣାଦାର ଗାଁରେ କାମ କରନ୍ତି। ଏଥିସହିତ ପୀଡିତାଙ୍କର ତିନୋଟି ସନ୍ତାନ ଅଛି। ପୀଡିତା ଜଣଙ୍କ ନିଜ ବାପଘରେ ରହୁଥିଲେ। ତେବେ ପୀଡିତାଙ୍କ ସ୍ୱାମୀ ତାଙ୍କ ବାପ ଘରକୁ ଆସି ତାଙ୍କୁ ବାଇକରେ କାମ କରୁଥିବା ଯାଗାକୁ ନେଇଯାଇଥିଲେ।

ପୀଡିତାଙ୍କ ସହିତ ସେଠାରେ ତାଙ୍କ ସ୍ୱାମୀ ଧସ୍ତାଧସ୍ତି କରିବା ସହ ମାଡ ମାରିଥିଲେ। ତାଙ୍କ ଗୋଡକୁ ଲୁହା କବାଟରେ ବାନ୍ଧି ସ୍ୱାମୀ ଏବଂ ତାଙ୍କର ଅନ୍ୟ ତିନି ଜଣ ସାଙ୍ଗ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ତେବେ ପୀଡିତାଙ୍କର ବର୍ତ୍ତମାନ ଚିକିତ୍ସା ଚାଲୁଥିବାବେଳେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଧାରା ୧୬୧ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ଏକ ଟିମ ଗଠନ କରି ଅଭିଯୁକ୍ତଙ୍କ ସନ୍ଧାନ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.