ଯୁବକଙ୍କ ପ୍ରାଇଭେଟ୍‌ ପାର୍ଟରେ ଏୟାରପ୍ରେସରରେ ପବନ ଭରିଲା ସାଙ୍ଗ, କହିଲା-‘ମଜାରେ କରିଥିଲି’

ସାଙ୍ଗସାଥୀଙ୍କ ମଧ୍ୟରେ ହସ ମଜା ଏକ ସାଧାରଣ କଥା। କିନ୍ତୁ ଏହା ସୀମା ଭିତରେ ରହିବା ଦରକାର, ନଚେତ୍‌ ପରିଣାମ ଭୟଙ୍କର ହୋଇପାରେ। ଏବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଏଠାରେ ଜଣେ ଯୁବକ ନିଜ ସାଙ୍ଗ ସହ ଏଭଳି ଘୃଣ୍ୟ ମଜାକ୍‌ କରିଛନ୍ତି, ଯାହା ତାଙ୍କ ଜୀବନ ପ୍ରତି ବିପଦ ସାଜିଛି।

ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି। ଏଠାରେ ସୁଖରାମ ଯାଦବ ଓ ବିନୋଦ ଠାକୁର ଏକ ଡାଲି ମିଲ୍‌ରେ ଏକାଠି କାମ କରନ୍ତି। ଦୁଇ ଦିନ ତଳେ ସୁଖରାମ ପୋଷାକ ବଦଳାଉଥିବା ବେଳେ ବିନୋଦ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଡାଲି ଶୁଖାଯାଉଥିବା ଏୟାର ପ୍ରେସର ସାହାଯ୍ୟରେ ପବନ ଭରିଦେଇଥିଲା। ଫଳରେ ତାଙ୍କ ଶରୀର ଭିତରେ ପବନ ପଶି ଭିତରର ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେଇଥିଲା ଓ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

man
Photo Credit: aajtak

ତୁରନ୍ତ ତାଙ୍କୁ ଜିଲ୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ଥିତି ଆହୁରି ଗୁରୁତର ହେବାରୁ ତାଙ୍କୁ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ବି ତାଙ୍କ ସ୍ଥିତି ଗମ୍ଭୀର ରହିଛି। ତେବେ ଏ ନେଇ ମାଧବ ଥାନା ପୋଲିସ କହିଛି ଯେ ଅଭିଯୁକ୍ତ ବିନୋଦ ଠାକୁରକୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଏକାଧିକ ଧାରା ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.