Below header

ଜୀବନରକ୍ଷକ ଶିବା, ୧୦୭ ଜଣଙ୍କୁ ମୃତ୍ୟୁ ମୁହଁରୁ ବଂଚାଇସାରିଲେଣି ୧୨ ବର୍ଷର ଶିବା

ବେଳେ ବେଳେ ଆମ ସହ ଏମିତି କିଛି ଘଟଣା ଘଟିଯାଏ ଯାହା ସାରା ଜୀବନ ମନରେ ଘର କରି ରହିଯାଏ । ଆଉ ଯେମିତି ଅନ୍ୟମାନେ ଏହି ବିପଦରେ ନପଡନ୍ତୁ ଏବଂ ସେମାନଙ୍କୁ ଏଥିରୁ ରକ୍ଷା କରିବାକୁ ଆମ ଜୀବନର ଲକ୍ଷ୍ୟ ବନାଇଦେଉ । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦରେ । ସାନ ଭାଇର ମୃତ୍ୟୁ ବଡ଼ ଭାଇକୁ କରିଦେଲା ଜୀବନରକ୍ଷକ । ଏପର୍ଯ୍ୟନ୍ତ ୧୦୭ ଜଣଙ୍କ ଜୀବନ ରକ୍ଷା କରିସାରିଲାଣି ୧୨ ବର୍ଷର ଶିବା । ଆଜ୍ଞା ହଁ ମାତ୍ର ୧୨ ବର୍ଷର ବାଳକ ଏଯାଏ ରକ୍ଷା କରିସାଲାଣି ୧୦୭ ଜୀବନ ।

ହାଇଦ୍ରାବାଦର ଅସମାନପେଟ ହ୍ରଦ ନିକଟକୁ ଯେଉଁ ଲୋକ ଆତ୍ମହତ୍ୟା କରିବାକୁ ଆସନ୍ତି ସେମାନଙ୍କ ଜୀବନ ବଂଚାଇଥାନ୍ତି ଶିବା । କାରଣ ଏହି ହ୍ରଦରେ ଶିବାଙ୍କ ସାନ ଭାଇ ମହେନ୍ଦ୍ର ବୁଡି ମୃତ୍ୟୁବରଣ କରିଥିଲେ । ଏହା ପରେ ଅନ୍ୟମାନଙ୍କ ଜୀବନ ବଂଚାଇବାକୁ ଚେଷ୍ଟା କରୁଛନ୍ତି ଶିବା । କାରଣ ସେ ଚାହୁଁନାହାଁନ୍ତି ଆଉ କେହି ତାଙ୍କ ସାନ ଭାଇଙ୍କ ପରି ପାଣିରେ ବୁଡି ଜୀବନ ହାରୁ । ଯଦି କେହି ଆତ୍ମହତ୍ୟା କରିବା ପାଇଁ ପାଣିକୁ ଡେଇଁପଡେ ତେବେ ଶିବା ଟିକେ ବି ବିଳମ୍ବ ନକରି ହ୍ରଦକୁ ଡେଇଁପଡି ଜୀବନ ବଂଚାଇଥାନ୍ତି ।

ଏଥିପାଇଁ ଶିବା ଅନେକ ଥର ଆହତ ମଧ୍ୟ ହୋଇଛନ୍ତି ଶିବା । ଥରେ ଜଣେ ମହିଳାଙ୍କ ଜୀବନ ରକ୍ଷା କରିବାକୁ ଯାଇ ତାଙ୍କ ଛାତିରେ ରଡ୍ ପଶିଯାଇଥିଲା । ହେଲେ ଏସବୁକୁ ଭୃକ୍ଷେପ ନକରି, ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ପାଇଁ ଜୀବନଦାତା ପାଲଟିଛନ୍ତି ଶିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.