ମୟୂରଭଞ୍ଜ : ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଖୁଣ୍ଟା ଥାନା ଅଠିଲାଗଡ ଗାଁରେ ଚାଞ୍ଚଲ୍ୟ । ଚାଷ ଜମିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ କୃଷ୍ଣ ଖେଜୁରିଆ । ଗତ ରବିବାର କୃଷ୍ଣଙ୍କୁ ତାଙ୍କର ଜଣେ ସାଙ୍ଗ ଘରୁ ଡାକି ନେଇଥିଲେ । ପରେ ସେ ଆଉ ଘରକୁ ଫେରିନଥିଲେ । ପରେ ପରିବାର ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ବି କୃଷ୍ଣଙ୍କ କୌଣସି ପତ୍ତା ମିଳି ନଥିଲା । ଏନେଇ ପରିବାର ଲୋକ ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ସକାଳେ ଗାଁ ଚାଷଜମିର ଖାଲୁଆ ସ୍ଥାନରୁ ତାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ପୋଲିସ୍‌ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସେପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ୍‌ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.