Below header

ଲଦାଖରେ ଜରୁରୀ ଅବତରଣ ବେଳେ କ୍ଷତିଗ୍ରସ୍ତ ହେଲା ବାୟୁସେନା ହେଲିକପ୍ଟର, ୨ ପାଇଲଟ୍‌ ସୁରକ୍ଷିତ

ଭାରତୀୟ ବାୟୁସେନାର ଆପାଚେ ହେଲିକପ୍ଟର ବୁଧବାର ଲଦାଖରେ ଜରୁରୀ ଅବତରଣ କରିଥିଲା । ଏକ ଅପରେସନାଲ୍‌ ଟ୍ରେନିଂ ସମୟରେ ବାୟୁସେନାର ଏହି ହେଲିକପ୍ଟରକୁ ଏମରଜେନ୍ସି ଲ୍ୟାଣ୍ଡ୍‌ କରିବାକୁ ପଡ଼ିଥିଲା ।

ଭାରତୀୟ ବାୟୁସେନା (IAF)ର ଆପାଚେ ହେଲିକପ୍ଟର ବୁଧବାର ଲଦାଖରେ ଜରୁରୀ ଅବତରଣ କରିଥିଲା । ଏକ ଅପରେସନାଲ୍‌ ଟ୍ରେନିଂ ସମୟରେ ବାୟୁସେନାର ଏହି ହେଲିକପ୍ଟରକୁ ଏମରଜେନ୍ସି ଲ୍ୟାଣ୍ଡ୍‌ କରିବାକୁ ପଡ଼ିଥିଲା ।

ବାୟୁସେନା କହିଛି ଯେ ଲଦାଖ ଏରିଆ ଅଫ୍ ରେସପନ୍ସିବିଲିଟି (AOR)ରେ ଉତ୍‌ଥାନ-ପତ୍ତନ ଅଞ୍ଚଳ ଏବଂ ଅଧିକ ଉଚ୍ଚତା ହେତୁ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ଯୋଗୁ ଏହି ଘଟଣା ଘଟିଥିଲା । ହେଲିକପ୍ଟରକୁ କ୍ଷତି ହୋଇଛି । ଯଦିଓ ଏଥିରେ ଥିବା ଉଭୟ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ନିକଟସ୍ଥ ଏୟାରବେସ ନିଆଯାଇଛି ।

ସେପଟେ ହେଲିକପ୍ଟରର ଜରୁରୀ ଅବତରଣର ପ୍ରକୃତ କାରଣ ଜାଣିବା ପାଇଁ ଭାରତୀୟ ବାୟୁସେନା କୋର୍ଟ ଅଫ୍‌ ଇନ୍‌କ୍ୱାରୀର ଆଦେଶ ଦେଇଛି । ବାୟୁସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଆଇଏଏଫ୍‌ର ଆପାଚେ ହେଲିକପ୍ଟର ଏପ୍ରିଲ ୩ରେ ଲଦାଖରେ ଏକ ଅପରେସନାଲ୍‌ ଟ୍ରେନିଂ ଉଡ଼ାଣ ସମୟରେ ଜରୁରୀ ଅବତରଣ କରିଥିଲା । ଅବତରଣ ପ୍ରକ୍ରିୟା ବେଳେ ଅସମାନ ଭୂମି ଏବଂ ଉଚ୍ଚତା ଯୋଗୁ ଏହାକୁ କ୍ଷତି ହୋଇଛି ।

ଆକ୍ରମଣ ଦୃଷ୍ଟିରୁ ଆପାଚେ ହେଲିକପ୍ଟର ଦୁନିଆର ସବୁଠାରୁ ମାରାତ୍ମକ ବୋଲି ବିବେଚନା କରାଯାଏ । ୨୦୧୯ ମେ’ରେ ଆମେରିକୀୟ କମ୍ପାନୀ ବୋଇଙ୍ଗ ଭାରତକୁ ଏରିଜୋନାରେ ପ୍ରଥମ ଆପାଚେ ହେଲିକପ୍ଟର ହସ୍ତାନ୍ତର କରିଥିଲା । ଆପାଚେକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା ଶତ୍ରୁର ଦୁର୍ଗ ଭିତରକୁ ପ୍ରବେଶ କରି ଆକ୍ରମଣ କରିବାରେ ସକ୍ଷମ ।

ପ୍ରତିରକ୍ଷା ବିଶ୍ଳେଷକମାନଙ୍କ କହିବା ହେଲା, ଆପେଚ ଯୁଦ୍ଧ ସମୟରେ ଏକ ‘ଗେମ୍ ଚେଞ୍ଜର’ର ଭୂମିକା ଗ୍ରହଣ କରିପାରେ । କହି ରଖୁଛୁ ଯେ ଏହି ହେଲିକପ୍ଟର ଘଣ୍ଟା ପ୍ରତି ୩୬୫ କିଲୋମିଟର ବେଗରେ ଉଡ଼ାଣ ଭରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.